ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି କ୍ଷଣ ମଧ୍ୟରେ ଆରମ୍ଭ ହେବ ଚଳିତ ଆଇପିଏଲ୍‌ର ଫାଇନାଲ ମୁକାବିଲା। ଫାଇନାଲରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ହେବା କଡ଼ା ଟକ୍କର। ତେବେ ଆସନ୍ତୁ ନଜା ପକାଇବା ଚଳିତ ଆଇପିଏଲ୍‌ରେ ଘଟିଛି ଥିବା କିଛି ପ୍ରମୁଖ ଘଟଣା ବିଷୟରେ।

ସାମ୍ନାକୁ ଆସିଲା ଧୋନିଙ୍କ ଏଙ୍ଗ୍ରୀ ଲୁକ୍‌

ଚଳିତ ଆଇପିଏଲ୍‌ରେ କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଏଙ୍ଗ୍ରୀ ଲୁକ୍‌ ସାମ୍ନାକୁ ଆସିଥିଲା। ରାଜସ୍ଥାନ ରୟାଲ ସହ ମ୍ୟାଚ୍‌ର ଦିତୀୟ ଇନିଂସର ଶେଷ ଓଭରରେ ଧୋନି ରାଗି ଯାଇ ପଡ଼ିଆ ଭିତରକୁ ଚାଲି ଆସିଥିଲେ। ପଡ଼ିଆରେ ଧୋନି ଅମ୍ପାୟର୍ସଙ୍କ ଯୁକ୍ତିତର୍କ କରିଥିବା ନଜର ଆସିଥିଲେ। ତେବେ ଏଭଳି ଆଚରଣ ପାଇଁ ଧୋନିଙ୍କୁ ମ୍ୟାଚ୍‌ର ୫୦ ପ୍ରତିଶତ ଫି ଜରିମାନା ଦେବାକୁ ପଡ଼ିଥିଲା। ଚଳିତ ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ଧୋନିଙ୍କ ଏଙ୍ଗ୍ରୀ ଲୁକ୍‌ ଦେଖିବାକୁ ମିଳିଥିଲା।

ଅଶ୍ୱିନ୍‌ଙ୍କ ମଙ୍କଡିଂ

ଚଳିତ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ୍‌ ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ୍‌ ବଟଲର୍‌ଙ୍କୁ ମଙ୍କଡିଂ କରି ସମାଲୋଚନାର ଶୀକାର ହୋଇଥିଲା। ନନ୍‌ ଷ୍ଟ୍ରାଇକ୍‌ରେ ଥିବା ବଟଲର୍‌ଙ୍କୁ ଅଶ୍ୱିନ୍‌ ମଙ୍କଡିଂ କରି ରନ୍‌ ଆଉଟ୍‌ କରିଥିଲେ। ଏହାକୁ ନେଇ ଅନେକ ଅଶ୍ୱିନ୍‌ଙ୍କୁ ସମାଲୋଚନା କରିଥିଲେ। ଏଥିପାଇଁ ଦୀର୍ଘଦିନ ଯାଏଁ ସେ ଚର୍ଚ୍ଚାରେ ଥିଲେ।

ପ୍ଲେ ଅଫ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ

ଦୀର୍ଘ ୬ ବର୍ଷ ପରେ ଚଳିତ ବର୍ଷ ଦିଲ୍ଲୀ ଟିମ୍‌ ଆଇପିଏଲ୍‌ର ଫ୍ଲେ-ଅଫ୍‌ରେ ସ୍ଥାନ ପାଇଥିଲା। ଏହା ପୂର୍ବରୁ ୨୦୧୨ ମସିହାରେ ଦିଲ୍ଲୀ ପ୍ଲେ-ଅଫ୍‌ରେ ସ୍ଥାନ ପାଇଥିଲା। କୁହାଯାଉଛି ଯେ, ଟିମ୍‌ର ଡେୟାରଡେଭିଲ୍ସ ନାଁକୁ ହଟାଇ କ୍ୟାପିଟାଲ୍ସ ଲଗାଇବା ଦ୍ୱାରା ଦିଲ୍ଲୀ ଟିମ୍‌ ପ୍ଲେ-ଅଫ୍‌ରେ ସ୍ଥାନ ପାଇଛି। ପ୍ରକୃତରେ ଦଳର କୋଚ୍‌ ରିକି ପଏଣ୍ଟିଂ ଏବଂ ସୌରଭ ଗାଙ୍ଗୁଲିଙ୍କ ପାଇଁ ଦିଲ୍ଲୀ ଏତେ ବାଟରେ ପହଞ୍ଚି ପାରିଛି। ତେବେ ଦଳରେ ଅଭିଜ୍ଞ ଖେଳାଳୀଙ୍କ ଅଭାବରୁ ଫାଇନାଲରୁ ବଞ୍ଚିତ ହୋଇଥିବା କୁହାଯାଉଛି।

Comment