ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନରେ ଯେଉଁ ଫଳାଫଳ ଆସୁଛି ସେଥିରୁ ଏହା ସ୍ପଷ୍ଟ କି ଏକାକି ବିଜେପି ସରକାର ଗଢ଼ିବା ଭଳି ସ୍ଥିତିରେ ଅଛି। ଅନ୍ୟପଟେ ଯଦି ସନ୍ଧ୍ୟା ୫ଟା ସୁଦ୍ଧା ଯାହା ଚିତ୍ର ଆସୁଛି ତାହା ଅନୁସାରେ ଏନଡିଏ ଦେଶରେ ୩୪୬ଆସନରେ ବିଜୟ ହେଉଛି।

ଏହା ଭିତରେ ଗୋଟିଏ କଥା ଦେଖିବାକୁ ମିଳୁଛି ହିନ୍ଦି ହାର୍ଟଲ୍ୟାଣ୍ଡ ରାଜ୍ୟରେ ବିଜେପିକୁ ଏଥର ବହୁମତ ମିଳୁଛି।

ଆମେ ଯଦି ଦେଖିବା ନିକଟରେ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। ମାତ୍ର ଲୋକସଭା ନିର୍ବାଚନରେ ଏବେ ଯାହା ଫଳାଫଳ ଆସୁଛି ସେଥିରେ ବିଜେପି ଅନେକ ଆସନରେ ଭଲ ପ୍ରଦର୍ଶନ କରୁଛି।

ରାଜସ୍ଥାନରେ ୨୫ ଲୋକସଭା ଆସନଲାଗି ମତଦାନ ହୋଇଥିଲା। ଏବେ ଯାହା ଟ୍ରେଣ୍ଡ ଆସୁଛି ତାହା ଅନୁସାରେ ବିଜେପି ୨୪ ଆଞ୍ଚଳିକ ଦଳ ଆରଏଲପିକୁ ଗୋଟିଏ ଆସନରେ ସଫଳତା ମିଳୁଛି।

ସେହିପରି ଛତିଶଗଡରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଅନେକ ଭଲ ପ୍ରଦର୍ଶନ କରିଥିଲା ମାତ୍ର ଲୋକସଭାରେ୧୧ ଆସନ ମଧ୍ୟରୁ ବିଜେପି ୯ଟି ଆସନରେ ଜିତୁଥିବା ବେଳେ କଂଗ୍ରେସ ୨ ଟି ଆସନରେ ଜିତୁଛି।

ମଧ୍ୟପ୍ରଦେଶରେ ବିଜେପିକୁ ୨୮ ଆସନରେ ସଫଳତା ମିଳୁଥିବା ବେଳେ କଂଗ୍ରେସଲାଗି ମାତ୍ର ଗୋଟିଏ ଆସନରେ ବିଜୟ ସମ୍ଭାବନା ଦେଖାଦେଉଛି।

ଅନ୍ୟପଟେ ଆମେ ଯଦି ବିହାରର ଚିତ୍ର ଦେଖିବା ତାହା ଅନୁସାରେ ବିଜେପିକୁ ୧୭ଟିରେ ବିଜୟ ମିଳୁଥିବା ବେଳେ, ଜନତା ଦଳକୁ ୧୬ଟିରେ କଂଗ୍ରେସକୁ ଗୋଟିଏରେ, ଆଞ୍ଚଳିକ ଦଳ ଏଲଜିପିକୁ ୭ଟିରେ ବିଜୟ ମିଳୁଛି।

Comment