ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ଦେଶର ୫୪୨ଟି ଲୋକସଭା ଆସନରେ ମତଗଣନା ଜାରି ରହିଛି।

ଉତ୍ତପ୍ରଦେଶରେ ମହାମେଣ୍ଟ ପରେ ବି ବିଜେପି ଆଗରେ ଥିବା ନଜର ଆସୁଛି। ସେହିପରି ଶେଷ ଗଣନା ଅନୁସାରେ ଉତ୍ତରପ୍ରଦେଶରେ ବିଜେପିକୁ ୫୦ , ମହାମେଣ୍ଟକୁ ୧୭ ଓ କଂଗ୍ରେସ ୨ଟି ଆସନରେ ଆଗରେ ରହିଛି।

ଖବର ଅନୁସାରେ ରାୟବରେଲିରୁ ସୋନିଆ ଗାନ୍ଧି ଆଗରେ ଥିବାବେଳେ ଆମେଠୀରୁ ରାହୁଲ ପଛରେ ଅଛନ୍ତି ଏବଂ ଏଠାରେ ସ୍ମୃତୀ ଇରାନୀ ଆଗରେ ଅଛନ୍ତି। ସେହିପରି କେରଳର ୱାଇନାଡରେ ରାହୁଲ ଗାନ୍ଧି ଲିଡ୍ କରୁଛନ୍ତି।

ଉତ୍ତରପ୍ରଦେଶରେ ୭୭ଟି କେନ୍ଦ୍ରରେ ମତଗଣନା ଚାଲିଛି। ୟୁପିରେ ମୋଟ ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷାର ଫଳ ଆଜି ଆସିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟର ଭୋଟ ଗଣତି ଚାଲିଛି। ଏହାସହିତ ସୁରକ୍ଷା ବ୍ୟବସ୍ଥା ଲାଗି କେନ୍ଦ୍ରୀୟ ସୁରକ୍ଷାବଳ ସହିତ ସ୍ଥାନୀୟ ପ୍ରଶାସନ ନିୟୋଜିତ ଅଛନ୍ତି।

Comment