ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ଲୋକସଭା  ନିର୍ବାଚନରେ ୧୫ ପାଖାପାଖି ଆସନରେ ଆସନ ବିଜୟ ଲାଭ ପଛରେ ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମହିଳା କାର୍ଡ ହିଁ କାମ କରିଛି ବୋଲି ବୁଝିବାକୁ ହେବ। ଯେଉଁଦିନ ନବୀନ ୭୦ ବର୍ଷୀୟା ପ୍ରମିଳା ବିଷୋଇଙ୍କ ନାମ ଆସିକା ଲୋକସଭା ଆସନ ପାଇଁ  ଘୋଷଣା କଲେ ସେହି ଦିନ ହିଁ ସ୍ପଷ୍ଟ ହୋଇଥିଲା ଯେ ଏଥର ନବୀନ ମହିଳା କାର୍ଡ ଖେଳିବାକୁ ଯାଉଛନ୍ତି।

ମାତ୍ର ଦ୍ୱିତୀୟ ଶ୍ରେଣୀ ପାଠ ପଢ଼ିଥିବା ଓ ହିନ୍ଦୀ କି ଇଂରେଜୀ ଜାଣିନଥିବା ପ୍ରମିଳାଙ୍କୁ ସଂସଦ ପଠାଇବା ପଛରେ ଯେଉଁ ସାହାସିକତା ନବୀନ ପ୍ରଦର୍ଶନ କରିଥିଲେ ତାହା ତାଙ୍କ ପାଇଁ ବେଶ୍ କାମ ଦେଇଛି।

ପ୍ରମିଳାଙ୍କ ସମେତ ଆଉ ସାତ ଜଣ ମହିଳା  ପ୍ରାର୍ଥୀଙ୍କ ନାମ  ଘୋଷଣା କରିବା ପରେ ନବୀନ ପଟ୍ଟନାୟକ କହିଥିଲେ ଯେ ମହିଳା ମାନଙ୍କ ସେବା କରିବା ପାଇଁ ଓ ସେମାନଙ୍କ ଉନ୍ନତି ସକାଶେ ଏହା ହେଉଛି ପ୍ରଥମ ପଦକ୍ଷେପ। କୌଣସି ସମାଲୋଚନାକୁ ଭ୍ରୁକ୍ଷେପ ନକରି ନବୀନ ୭ ଜଣ ମହିଳାଙ୍କୁ ଲୋକସଭା ଟିକେଟ ଦେବା ପାଇଁ ଯେଉଁ ଦୃଢ଼ ପଦକ୍ଷେପ ନେଇଥିଲେ ତାହା ଫଳବତୀ ହୋଇପାରିଛି।

ଗୁରୁବାର ସନ୍ଧ୍ୟା ସୁଦ୍ଧା ଯାଜପୁର ଲୋକସଭା ଆସନରେ ଶର୍ମିଷ୍ଠା ସେଠୀ, ଆସିକାରୁ ପ୍ରମିଳା ବିଷୋୟୀ, କେନ୍ଦୁଝରରୁ ଚନ୍ଦ୍ରାଣୀ ମୂର୍ମୁ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ,କୋରାପୁଟରୁ  କୌଶଲ୍ୟା ହିକ୍କା, ଭଦ୍ରକରୁ ମଞ୍ଜୁଳାତା ମଣ୍ଡଳ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଢ଼େର ଆଗରେ ଥିଲେ ଓ ଦୁଇ ପ୍ରାର୍ଥୀଙ୍କ  ଭୋଟ ବ୍ୟବଧାନ ଯାହା ଏମାନଙ୍କ ଜିତିବା ସୁନିଶ୍ଚିତ।କେବଳ ସୁନ୍ଦରଗଡ଼ ଆସନରେ ସୁନିତା ବିଶ୍ୱାଳ ବିଜେପିର ଜୁଏଲ ଓରାମଙ୍କ ଠାରୁ ହାରିବା ଦେଖାଯାଉଛି।

Comment