ଓଡ଼ିଶାଲାଇଭ ପଲିଟାକାଲ୍ ବ୍ୟୁରୋ

ନିଜ ଗାଁ ଜଗତସିଂହପୁରର କଲରାବାଙ୍କରୁ – କନ୍ଧମାଳ ଯାଏଁ ଡକ୍ଟର ଅଚ୍ୟୁତ୍ ସାମନ୍ତଙ୍କ ଯାତ୍ରା ଉପରେ ଏକ ନଜର।

ଲୋକସଭା ନିର୍ବାଚନରେ ବିଜେପି ସାରା ଦେଶରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା, ଓଡ଼ିଶାରେ ୨୦୧୪ ତୁଳନାରେ ଭଲ ପ୍ରଦର୍ଶନ କରିଛି ମାତ୍ର ସେତେ ଭଲ ପ୍ରଦର୍ଶନ କରିପାରିନାହିଁ। ୨୧ ଲୋକସଭା ଆସନ ମଧ୍ୟରୁ ୧୨ଟିରେ ବିଜେଡିକୁ ବିଜୟ ମିଳିଥିବା ବେଳେ ୮ ଟିରେ ବିଜେପିକୁ ସଫଳତା ମିଳିଛି।

ଏଥର କନ୍ଧମାଳର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଶିକ୍ଷାବିତ୍ ଅଚ୍ୟୁତ୍ ସାମନ୍ତ। ଶିକ୍ଷାବିତରୁ ରାଜନୀତି, ପରେ ରାଜନୀତିରୁ ରାଜ୍ୟସଭା ସାଂସଦ ଓ ତାହା ପରେ ଏବେ ଲୋକସଭା ସାଂସଦ ପର୍ଯ୍ୟନ୍ତ ଯାତ୍ରା କେମିତି ଥିଲା ସେ ବାବଦରେ ନିର୍ବାଚନ ଜିତିବା ପରେ ସେ ଓଡ଼ିଶାଲାଇଭ ସହ ଆଲୋଚନା କରିଛନ୍ତି।

“ଗତ ୨୮ବର୍ଷ ହେବ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଯେଉଁ ଅଭିଜ୍ଞତା ହାସଲ କରିଛି ତାହାକୁ ମୁଁ ଲୋକଙ୍କ ଭଲପାଇଁ ବ୍ୟବହାର କରିବି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉଛି। ଦଳର ସଭାପତି ୭ଟି ଯାକ ବିଧାନସଭା ମଣ୍ଡଳୀକୁ ଯାଇ ପ୍ରଚାର କରିଥିଲେ ଆଉ ଫଳ ସରୂପ ମୋ ସହ ମୋର ୭ଜଣ ଯାକ ବିଧାୟକ ଜିତିଛନ୍ତି ସେଥିଲାଗି ମୁଁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉଛି। ଆଗାମୀ ଦିନରେ କନ୍ଧମାଳର ଉନ୍ନତି ଲାଗି ମୁଁ କାମ କରିବି ବୋଲି ଚିନ୍ତା କରିଛି।” କହିଛନ୍ତି ନିର୍ବାଚିତ ସାଂସଦ ଅଚ୍ୟୁତ ସାମନ୍ତ।

କାହିଁକି ରାଜନୀତିକୁ ଆସିଲେ ପ୍ରଶ୍ନରେ ଡକ୍ଟର ସାମନ୍ତ କହିଛନ୍ତି, “ମୁଁ କିଟ୍ ଓ କିସ୍ ଭିତରେ କନଫାଇଣ୍ଡ ହୋଇ ରହିଯାଉଥିଲା। ମାତ୍ର ରାଜନୀତିକୁ ଆସିବାପରେ ମୁଁ ଲୋକଙ୍କ ପାଇଁ କାମ କରିବି। ଯାହା ଲୋକକଥା ଅଛି ଲୋକଙ୍କପାଇଁ ସେବା କରିବାର ସବୁଠୁ ବଡ ମାଧ୍ୟମ ହେଉଛି ରାଜନୀତି ସେଥିରେ ମୁଁ ବିଶ୍ଵାସ ରଖେ।”

କେମିତି ଜଗତସିଂହପୁରର କଲରାବାଙ୍କରୁ କନ୍ଧମାଳ ଯାଏଁ ଯାତ୍ରା ଥିଲା ପ୍ରଶ୍ନରେ ଡକ୍ଟର ସାମନ୍ତ କହିଛନ୍ତି ସେ ଯାତ୍ରାକୁ ଏତେ କମ୍ ସମୟ ମଧ୍ୟରେ କହିବା ସମ୍ଭବ ନୁହଁ ଏହାର ଅର୍ଥ ଯାତ୍ରା ଲମ୍ବା ଥିଲା।”

ମୋର ଷ୍ଟ୍ରାଟେଜି ଥିଲା ଲୋକଙ୍କ ଶ୍ରଦ୍ଧାଭାଜନ ହେବା

“ମୋର କିଛି ଷ୍ଟ୍ରାଟେଜି ନଥିଲା। ମୋର ଗୋଟିଏ ଲକ୍ଷ୍ୟ ଥିଲା ଲୋକଙ୍କ ଶ୍ରଦ୍ଧାଭାଜନ ହେବା। ଆଉ ମୁଁ ମଧ୍ୟ ଅନୁଭବ କଲି ଲୋକଙ୍କ ଭଲପାଇବା ମୋ ସହ ଅଛି। ତାହାକୁ ପାଥେଇ କରି ମୁଁ ନିର୍ବାଚନ ଲଢ଼ୁଥିଲି।” କହିଛନ୍ତି ଅଚ୍ୟୁତ୍ ସାମନ୍ତ

 ଲୋକେ ବୋକା ନୁହନ୍ତି ସେମାନେ ନବୀନ ପଟ୍ଟନାୟକଙ୍କ ଶାସନରେ ଖୁସି

“ସାରାଦେଶରେ ଯେତେବେଳେ ମୋଦି ଲହର କାମ କରୁଛି ସେଠି ଓଡ଼ିଶାରେ ନବୀନ ଫ୍ୟାକ୍ଟର କାମ କରୁଛି। ଏହାର କାରଣ ଗୋଟିଏ ଲୋକେ ନବୀନ ପଟ୍ଟନାୟକଙ୍କ ଶାସନରେ ଖୁସି। ନବୀନ ପଟ୍ଟନାୟକ ଓଡ଼ିଶାର ଉନ୍ନତି ଲାଗି ଯାହା ସବୁ କରିଛନ୍ତି ସେଥିରେ ଓଡ଼ିଶାବାସୀ ଖୁସି ଅଛନ୍ତି। ସେଥିପାଇଁ ଏଠି ମୋଦି ଲହର କାମ ଦେଲାନି।”

 କନ୍ଧମାଳର ପ୍ରତି ଘରେ ଜଣେରୁ ଦୁଇଜଣ ହେବେ ରୋଜଗାରକ୍ଷମ

“ମୁଁ ମୋର ଷ୍ଟ୍ରାଟେଜି କରିସାରିଛି। କନ୍ଧମାଳରେ ପ୍ରତିଘରେ ଦୁଇଜଣଙ୍କୁ ମିଳିବ ରୋଜଗାର। ଏହାଛଡ଼ା କନ୍ଧମାଳରେ ପର୍ଯ୍ୟଟନର ଉନ୍ନତି ହେବା ଦରକାର। ମୁଁ ପ୍ରଚାର ବେଳେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଛି ତାହା ଆଗାମୀ ଦିନରେ ପୂରଣ କରିବା ଲାଗି ଚେଷ୍ଟା କରିବି।”

LEAVE A REPLY

Please enter your comment!
Please enter your name here