ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ପଦ୍ମନାଭ ବେହେରା। ସେ ବିରମହାରାଜପୁର ନିର୍ବାଚନମଣ୍ଡଳୀରୁ ଏଥର ନିର୍ବାଚିତ ହୋଇଛନ୍ତି। ଏହାସହିତ ସେ ବିଜେଡିର ଜଣେ ତୁଙ୍ଗ ନେତା ମଧ୍ୟ।

ଜଣେ ୱାର୍ଡ ସଭ୍ୟରୁ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ପଦ ଯାଏଁ ଯାତ୍ରା ତାଙ୍କର ଦକ୍ଷତାକୁ ପ୍ରମାଣିତ କରିଛି। ୧୯୯୦ରେ ସେ ପ୍ରଥମେ ଫୁଲବାଣୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ।

୧୯୯୭ରୁ ୧୯୯୯ ଏବଂ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଫୁଲବାଣୀର ସାଂସଦ ଥିଲେ। ଏହାପରେ ସେ ୨୦୦୪ରୁ୨୦୦୯ ପର୍ଯ୍ୟନ୍ତ ଫୁଲବାଣୀ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ନବୀନ ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ।

ମାତ୍ର ଫୁଲବାଣୀରେ ଜାତିଆଣ ଦଙ୍ଗା ଯୋଗୁଁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଯାଇଥିଲା। ତେବେ ଏଥର ସୋନପୁରରୁ ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବାରୁ ଜିଲ୍ଲାରେ ଉତ୍ସାହ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here