ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲା କ୍ରିକେଟ ମହାସମର ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯। ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଆଜି ଖେଳାଯିବ ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ୍‌। ଆଜି ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିଛି। ଇଂଲଣ୍ଡର କେନିଂଟନ୍‌ ଓଭାଲ ଷ୍ଟାଡିୟମ୍‌ରେ ଦିନ ୩ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଦକ୍ଷିଣ ଆଫ୍ରିକା।

ଇଅନ୍‌ ମୋର୍ଗାନ୍‌ଙ୍କ ନେତୃତ୍ୱରେ ଘରୋଇ ଇଂଲଣ୍ଡ ଟିମ୍‌ ଦକ୍ଷିଣ ଆଫ୍ରିକା ବିରୋଧରେ ବ୍ୟାଟିଂ ଆରମ୍ଭ କରିଛି। ବିଶ୍ୱକପ୍ ଇତିହାସରେ ଉଭୟ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ୬ ଥର ଆମ୍ନାସାମ୍ନା ହୋଇଛନ୍ତି। ସେଥିମଧ୍ୟରୁ ତିନୋଟି ମ୍ୟାଚ୍‌ରେ ଜିତି ଉଭୟ ଟିମ୍‌ ବରାବର ସ୍ଥିତିରେ ଅଛନ୍ତି। ତେଣୁ ଆଜିର ମ୍ୟାଚ୍‌ରେ ଦୁଇଟି ଯାକ ଟିମ୍‌ ଜିତିବା ଲକ୍ଷ ନେଇ ଖେଳିବେ।

Comment