ଓଡ଼ିଶାଲାଇଭ୍‌ ବ୍ୟୁରୋ

କମେଡି କିଙ୍ଗ କପିଲ ଶର୍ମାଙ୍କ କମେଡି ସୋ ‘ଦ କପିଲ ଶର୍ମା ସୋ’ରେ ଓଡ଼ିଆ ସ୍ପିଣ୍ଟର ଦୂତୀ ଚାନ୍ଦ। ସେ ପ୍ରଥମ ଓଡ଼ିଆ ଝିଅ ଭାବେ କପିଲ ଶର୍ମା ସୋ’ରେ ଭାଗ ନେଇଛନ୍ତି। ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୂତୀ ଚାନ୍ଦଙ୍କୁ କପିଲ ଶର୍ମା ନିଜ ସୋ’କୁ ଆମନ୍ତ୍ରଣ କରିଛନ୍ତି। ଦୂତୀ ଏନେଇ ନିଜ ଟୁଇଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

“ପ୍ରଥମ ଓଡିଆ ଝିଅ ହିସାବରେ କପିଲ ଶର୍ମା ସୋ’ରେ ପାଦ ଥାପିଥିବାରୁ ମୁଁ ବହୁତ ଆନନ୍ଦିତ। ଏଭଳି ନିଆରା  ସୋ’କୁ ମତେ ନିମନ୍ତ୍ରଣ କରିଥିବାରୁ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଉଛି” ଦୂତୀ ଲେଖିଛନ୍ତ।

ଏହି ଏପିସୋଡ୍‌ର ସୁଟିଂ ସରିଯାଇଛି। କିଛି ଦିନ ମଧ୍ୟରେ ଏହି ଏପିସୋଡର ପ୍ରୋମୋ ରିଲିଜ୍‌ ହେବ। ଦୁତୀଙ୍କ ସହ ଏହି ଏପିସୋଡରେ ନଜର ଆସିବେ ପୂର୍ବତନ ହକି ଖେଳାଳୀ ସନ୍ଦିପ ଶର୍ମା ଏବଂ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂଟିଆ।

Comment