ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ମନ୍ତ୍ରୀ ହୋଇଥିବା ସ୍ମୃତି ଇରାନୀ ଦାୟିତ୍ଵ ଗ୍ରହଣ କରିବା ପରେ ଶନିବାର ରାଜସ୍ଥାନର ରାଜସମଂଦ ଜିଲ୍ଲାରେ ନାଥଦ୍ଵାରା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ମନ୍ଦିରରେ ପୂଜା କରିବା ପରେ ସ୍ମୃତି କହିଛନ୍ତି, “ମୁଁ ଠାକୁରଙ୍କ ଆଶିର୍ବାଦ ନେବାକୁ ଏଠାକୁ ଆସିଛି। ମତେ ଜୀବନରେ ଯାହା କିଛି ବି ମିଳିଛି ସେ ସବୁକିଛି ଠାକୁରଙ୍କ ଆଶିର୍ବାଦ କାରଣରୁ ହୋଇଛି।”

ସ୍ମୃତି ଇରାନୀ ଏଥର କଂଗ୍ରେସର ଗଡ଼ କୁହାଯାଉଥିବା ଅମେଥି ଲୋକସଭା ଆସନରୁ କଂଗ୍ରେସର ସଭାପତି ରାହୁଲ ଗାନ୍ଧିଙ୍କୁ ଅନେକ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି।

ଏହାପରେ ସ୍ମୃତି ଇରାନୀ ମୋଦି କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟରେ ଦାୟିତ୍ଵ ଦିଆଯାଇଛି। ପୂର୍ବରୁ ବୟନ ଶିଳ୍ପ ବିଭାଗର ମନ୍ତ୍ରୀଭାବେ ଦାୟିତ୍ଵ ତୁଲାଇସାରିଛନ୍ତି।

Comment