ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ୨୧ବର୍ଷୀୟ ଯୁବକ ନିଜକୁ ଭଗବାନ ରାମଙ୍କ ବଂଶଜ ବୋଲି କହୁଛନ୍ତି। କଥାଟି ଆପଣଙ୍କୁ ଅଜବ ଲାଗିପାରେ କିନ୍ତୁ ରାଜସ୍ଥାନର ଜୟପୁରରେ କିଛି ଏପରି କଥା ଦେଖିବାକୁ ମିଳିଛି।ଜୟପୁର ରାଜପରିବାରର ୩୦୩ତମ ବଂଶର ଜଣେ ଯୁବକ ନିଜକୁ ଭଗବାନ ଶ୍ରୀରାମଙ୍କ ବଂଶଜ ବୋଲି ମାନୁଛନ୍ତି। ତାଙ୍କର ନାଁ ହେଲା ପଦ୍ମନାଭ ସିଂହ। ତାଙ୍କ ବଂଶର ମହାରାଜା ଭବାନୀ ସିଂହ ଭଗବାନ ଶ୍ରୀରାମଙ୍କ ପୁଅ କୁଶଙ୍କ ୩୦୯ତମ ବଂଶଜ ବୋଲି କୁହାଯାଇଥାଏ। ଏପରିକି ଏହି କଥାକୁ ରାଜପରିବାର ପଦ୍ମିନୀ ଦେବୀ ନାମକ ଜଣେ ମହିଳା ଗୋଟିଏ ଟିଭି ଇଣ୍ଟରଭ୍ୟୁରେ ମଧ୍ୟ କହିସାରିଛନ୍ତି।ପଦ୍ମନାଭ ସିଂହ ବର୍ତ୍ତମାନ ଜୟପୁରର ରାମ ନିବାସ ମହଲରେ ରହୁଛନ୍ତି। ବ୍ୟକ୍ତିଗତ ଜୀବନରେ ସେ ଜଣେ ମଡେଲର ଭାବେ ପରିଚିତ। ତାଙ୍କ ନାଁରେ ରାଜପରିବାରର ଅନେକ ସମ୍ପତ୍ତି ମଧ୍ୟ ରହିଛି।  ନିଜର ଆଭିଜାତ୍ୟପୂର୍ଣ୍ଣ ଘର ଓ ଚାଲିଚଳନୀ ପାଇଁ ସେ ତାଙ୍କ ଅଞ୍ଚଳରେ ବେଶ୍ ପ୍ରସିଦ୍ଧ।

Comment