ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ମଣ୍ଡପଡା ଗାଁର ଜଣେ ଲୋକଙ୍କୁ କୁମ୍ଭୀର ଟାଣି ନେଇଯାଇଥିବା ଜଣାପଡ଼ିଛି। ଏହି ଗାଁର ସଞ୍ଜୟ ପ୍ରଧାନ ନାମକ ଜଣେ ୪୭ ବର୍ଷିୟ ବ୍ୟକ୍ତି ଆଜି ସକାଳେ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ସଞ୍ଜୟ ହଠାତ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଚିତ୍କାର ଶୁଣି ନଦୀ କୂଳରେ ପହଞ୍ଚିବା ବେଳକୁ ସଞ୍ଜୟ ପାଣିରେ ବୁଡ଼ ଯାଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନଦୀମାନଙ୍କରେ କିଛିଦିନ ହେଲା କୁମ୍ଭୀରମାନଙ୍କ ଆତଙ୍କ ଦେଖାଦେଇଛି। ବ୍ରାହ୍ମଣୀ, ବୈତରଣୀ, କାଣି, ଖରସ୍ରୋତା, ହଂସୁଆ,  ଗୋବରୀ ଆଦି ନଦୀରେ  କିଛି ଦିନ ହେବ କୁମ୍ଭୀରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି।

କୁମ୍ଭୀରମାନେ ଏବେ ଭିତରକନିକା ଓ ଏହାର ଆଖପାଖ ସ୍ଥାନମାନଙ୍କରେ ଅଣ୍ଡା ଦେବା ଆରମ୍ଭ କରିଛନ୍ତି। ଅନେକ କୁମ୍ଭୀର ଏବେ ଅଣ୍ଡା ଦେବାକୁ ସ୍ଥାନ ଖୋଜୁଛନ୍ତି। ଅଣ୍ଡାଦେବା ସମୟରେ କୁମ୍ଭୀରମାନେ ହିଂସ୍ର ପାଲଟି ଯାଇଥାନ୍ତି ବୋଲି କୁହାଯାଏ। ଗାଁ ଲୋକେ ପଟ୍ଟାମୁଣ୍ଡାଇ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକ ମାନଙ୍କ ସହିତ ସଞ୍ଜୟଙ୍କୁ ଖୋଜାଖୋଜି କରୁଛି।

ସଞ୍ଜୟ ଦିଲ୍ଲୀରେ ରହି ପାଣି ପାଇପ ଠିକାଦାରି କରନ୍ତି। ଗତ କିଛିଦିନ ତଳେ ସଞ୍ଜୟ ଗାଁକୁ ଆସିଥିଲେ।

Comment