ଓଡ଼ିଶାଲାଇଭ୍ ବ୍ୟୁରୋ

 

‘‘ଗୁରୁ ଆମ ପାଇଁ ସବୁକିଛିା ସେଥିପାଇଁ ଗୁରୁଙ୍କ ମଙ୍ଗଳ ମନାସୀ ଆମେ ଏହି ବ୍ରତ ପାଳନ କରୁ’’ , ଏହା କହିଛନ୍ତି କିନ୍ନର ମୀରା ପରିଡ଼ା।

ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଖୁବ୍ ଧୁମଧାମରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି କିନ୍ନର ସମୁଦାୟ।

ଭୁବନେଶ୍ୱର ପଳାଶପଲ୍ଲିସ୍ଥିତ ବଟ ବୃକ୍ଷ ମୂଳରେ ଏକାଠି ହୋଇଛନ୍ତି କିନ୍ନରା ହାତରେ ଶଙ୍ଖା, ମଥାରେ ସିନ୍ଦୁର ଓ ପରିଧାନ କରିଛନ୍ତି ନୂଆ ଶାଢ଼ିା ହାତରେ ଭୋଗ ସାମଗ୍ରୀ ନେଇ କିନ୍ନରମାନେ ଆଜି ପୂଜାର୍ଚ୍ଚନା କରିଛନ୍ତିା ଶଙ୍ଖ ହୁଳହୁଳିରେ ଫାଟି ପଡ଼ୁଛି ପରିବେଶା

ଆଜି ସାବିତ୍ରୀ ଅମାବାସ୍ୟା। ଓଡ଼ିଆ ଘରେ ଏହି ପର୍ବଟିକୁ ସଧବାମାନେ ପାଳନ କରିଥାନ୍ତିା ସ୍ୱାମୀଙ୍କ ସୁସ୍ଥ ଶରୀର ଓ ନୀରାମୟ ଜୀବନ କାମନା କରି ବ୍ରତ ରଖିଥାନ୍ତି ସଧବା ନାରୀ। ତେବେ ଏଥିରୁ ବାଦ୍ ପଡ଼ି ନାହାନ୍ତି କିନ୍ନର। ପରମ୍ପରା ଅନୁଯାୟୀ ଗୁରୁଙ୍କ ଦୀର୍ଘାୟୁ କାମନା କରି କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ଓଷା।

ଆଜି ସକାଳେ ପଳାଶପଲ୍ଲିଠାରେ କିନ୍ନର ମୀରା ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନାରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତିା  ବିବାହିତା କିନ୍ନରମାନେ କେବଳ ସ୍ୱାମୀଙ୍କ ପାଇଁ ନୁହେଁ, ସେମାନଙ୍କ ଗୁରୁଙ୍କ ପାଇଁ ବ୍ରତ ରଖିଛନ୍ତିା ପ୍ରଥରେ ହଳଦୀ ପାଣିରେ ଗୁରୁଙ୍କ ପାଦ ଧୋଇ ସେହି ପାଦ ଧୁଆ ପାଣିକୁ ପିଇବା ପରେ ଗୁରୁଙ୍କୁ ନୂଆ ପୋଷାକ ପିନ୍ଧାଇ ତାଙ୍କର ଅଶୀର୍ବାଦ ଲୋଡ଼ିଥାନ୍ତିା ପରେ ଆଶୀର୍ବାଦ ଆକାରରେ ଗୁରୁ ଦେଇଥାନ୍ତି ସେମାନଙ୍କ ମଥାରେ ସିନ୍ଦୁର ଓ ପିନ୍ଧାଇଥାନ୍ତି ହାତରେ ଶଙ୍ଖା।

କିନ୍ନରଙ୍କ କହିବାନୁସାରେ କେବଳ ଗୁରୁ ନୁହଁ ଏହି ପୂଜାରେ ସାରା ମାନବ ସମାଜର ମଙ୍ଗଳ ମନାସୀ ଥାନ୍ତିା

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିନ୍ନର ମେଘନା ନିଜ ସ୍ୱାମୀଙ୍କ ସହ ବ୍ରତ ପାଳନ କରିଛନ୍ତିା

‘‘ମୋର ଅଶେଷ ସୌଭାଗ୍ୟ ସେ କିନ୍ନର ହୋଇ ମଧ୍ୟ ମୁଁ ସାଧାରଣ ମହିଳା ଭଳି ମୋ ସ୍ୱାମୀ ବାସୁଦେବଙ୍କ ପାଇଁ ଏହି ବ୍ରତ ପାଳନ କରୁଛିା ଏହାଠୁ ଭଳି ଗର୍ବର କଥା ଆଉ ବା କ’ଣ ଥାଇପାରେ’’, କହିଛନ୍ତି କିନ୍ନର ମେଘନା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଧାରଣ ନାରୀ ହିସାବରେ ସାବିତ୍ରୀ ବ୍ରତ ପାଳୁଥିଲେ ମଧ୍ୟ, କିନ୍ନରମାନଙ୍କ ନିଆରା ପରମ୍ପରାଠୁ କେବେ ଦୂରେଇ ଯାଇ ନାହାନ୍ତିା ସେଥିପାଇଁ ନିଜ ସମ୍ପ୍ରଦାୟରେ କିନ୍ନରମାନଙ୍କ ସହ ସାମିଲ ହୋଇ ସେ ବ୍ରତ ପାଳିଛନ୍ତିା

ସେହିପରି କିନ୍ନର ନେହା କହିଛନ୍ତି, ‘‘ମୁଁ ଜଣକୁ ଭଲ ପାଏା ଓ ତାଙ୍କୁ ଜୀବନସାଥୀ ରୂପେ ପାଇବା ପାଇଁ ମାନସିକ କରି ତାଙ୍କର ଦୀର୍ଘାୟୁ କାମନା କରି ବ୍ରତ ରଖିଛିା ଏବଂ ଦୃଢ଼ ବିଶ୍ୱାସ ଯେ ମୋ ମନସ୍କାମନା ନିଶ୍ଚୟ ପୂରଣ ହେବା’’

Comment