ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୮ରେ ଦୁଇଦିନିଆ ମାଳଦ୍ବୀପ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରାଣାଳୟର ସୂଚନାନୁସାରେ ଜୁନ ୮ରେ ମୋଦି ମାଳଦ୍ଵୀପରେ ପହଞ୍ଚିବେ।

ସେଠାରେ ମୋଦି ପାର୍ଲାମେଣ୍ଟରେ ଉଦବୋଧନ ଦେବେ। ଏହା ସହିତ ଅନେକ ଦ୍ଵିପାକ୍ଷିକ ସମ୍ପର୍କ ବାବଦରେ ଦୁଇଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ମାଳଦ୍ଵୀପ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ମୋଦି ଏହି ଗସ୍ତ କରିବେ। ସେହପରି ଜୁନ୍ ୯ରେ ମାଲଦ୍ବିପ୍ ଗସ୍ତ କରି ଶ୍ରୀଲଙ୍କାରେ କିଛିସମୟ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। ଦ୍ଵିତୀୟ ପାଳିସରକାରରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ।

Comment