ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠୁ ଟିମ୍‌ ଇଣ୍ଡିଆ ଆରମ୍ଭ କରିବ ତା’ର ବିଶ୍ୱକପ୍ ଅଭିଯାନ। ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଭାବେ ଭାରତ ବୁଧବାର ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି। ଆଜି ଅପରାହଣ ୩ଟାରେ ସାଉଥ୍‌ହମ୍ପଟନ୍‌ରେ ଏହି ବହୁ ପ୍ରତିକ୍ଷୀତ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାକୁ ଲାଗିଛି।

ବୁଧବାର ମ୍ୟାଚ୍‌ ହେଉଛି ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ପ୍ରଥମ ମ୍ୟାଚ୍‌। ଅନ୍ୟପକ୍ଷରେ ଭାରତ ବିପକ୍ଷରେ ଥିବା ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ଖେଳି ହାରିସାରିଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ବହୁ ବ୍ୟଧାନରେ ହାରିଥିବା ବେଳେ ଜୁନ୍‌ ୨ରେ ବାଂଲାଦେଶ ବିପକ୍ଷରେ ମଧ୍ୟ ମ୍ୟୁଜିଲାଣ୍ଡ ହାରିଛି। ତେବେ ଆଜି ମ୍ୟାଚ୍‌ର ମୋଡ଼ କେଉଁ ଆଡ଼େ ଯିବ ତାହା ଏବେଠୁ କହିବା ମୁସ୍କିଲ ହୋଇପଡ଼ିଛି।

ଭାରତ ବିଶ୍ୱକପ୍ ବାହିନୀ

ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ଏମ୍‌ଏସ୍‌ ଧୋନି(ୱିକେଟ୍‌ କିପର), କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଜସପ୍ରିତ ବୁମ୍‌ରା, ଯୁଜୁବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଦିନେଶ କାର୍ତ୍ତିକ, ବିଜୟ ଶଙ୍କର।

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ବାହିନୀ    

କ୍ୱିଣ୍ଟନ ଡି କ୍ୱିକ୍‌(ୱିକେଟ୍ କିପର), ଏଡେନ୍‌ ମାର୍କ୍ରମ୍‌, ଫାଫ୍‌ ଡୁ ପ୍ଲେସିସ୍‌(ଅଧିନାୟକ), ଡାଭିଡ ମିଲର, ରାଶି ଡସେନ୍‌, ପଲ୍‌ ଡୁମିନି, ଆଣ୍ଡିଲ୍‌ ଫେଲୁକ୍ୱାଓ, କ୍ରିସ୍‌ ମୋରିସ୍‌, କାଗିସୋ ରାବଡ଼ା, ଇମ୍‌ରାନ୍‌ ତାହିର, ବ୍ୟୁରାନ ହ୍ୟାଣ୍ଡ୍ରିକ୍‌, ଡାଇନ୍‌ ପ୍ରେଟୋରିଅସ୍‌, ହାସିମ୍‌ ଆମ୍‌ଲା, ତବରେଜ୍‌ ସାମ୍‌ସି।

Comment