ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଆମେ ଫଳ ଓ ପନିପରିବା କିଣିବା ସମୟରେ ଦ୍ୱିଧାରେ ପଡ଼ିଥାଉ। ଅଧିକାଂଶ ଲୋକଙ୍କୁ ସତେଜ୍ ଫଳ, ପରିବା କିଣି ଆସି ନ ଥାଏ। ଫଳ କିଣିବା ବେଳେ ଜଣାପଡ଼ି ନଥାଏ ଯେ ସେ ଫଳ ସତେଜ ନା ବାସି। ଲୋକେ ନ ଜାଣି ପାରି ବାସି ଫଳ ଓ ପରିବା କିଣି ଆଣିଥାନ୍ତି। ପରେ ଏହା ବ୍ୟବହାର ଉପଯୋଗୀ ହୋଇ ନଥାଏ। ଆଳୁକୁ ବାସି ଖାଇବା ଦ୍ୱାରା ଶରୀର ପାଇଁ ହାନିକାରକ ହୋଇଥାଏ। ସତେଜ, କଞ୍ଚା ବା ପାଚିଲା ପରିବା ବା ଫଳ କେମିତି ଜାଣିବେ।

ତରଭୂଜ

ତରଭୂଜ ଉଠାଇ ଦେଖନ୍ତୁ ଓଜନ ଭାରୀ ହୋଇଥିବ। ଭାରୀ ଥିବା ତରଭୂଜ ସବୁଠୁ ଅଧିକ ସ୍ୱାଦିଷ୍ଟ ହୋଇଥାଏ। ଏବଂ ଯେଉଁ ତରଭୂଜର ରଙ୍ଗ ଗାଢ଼ ରଙ୍ଗର ଥାଏ, ତାହାକୁ କିଣନ୍ତୁ।

ଆଜିକାଲି ତରଭୂଜକୁ ଅଧିକ ଜଲଦି ପଚାଇବା ପାଇଁ ବା ରଙ୍ଗୀନ ଦେଖାଇବା ପାଇଁ କେମିକାଲର ବ୍ୟବହାର କରାଯାଏ। ଏହାକୁ ଜାଣିବା ପାଇଁ ଦେଖିବେ ତରଭୂଜର ଚାରିଆଡ଼ୁ ସମାନ ରଙ୍ଗ ହୋଇଥିବ। ଏହି ତରଭୂଜ ଅଧିକ ମିଠା ହୋଇ ଥାଏ।

ଭେଣ୍ଡି

ପତଳା ଓ ଛୋଟ ଭେଣ୍ଡି କିଣିବା ଉଚିତ୍। ବଡ଼ ଏବଂ ମୋଟା ଭେଣ୍ତି ପାଚିଲା ବା ବୁଢ଼ା ହୋଇଥାଏ। ଏଥିରେ ସ୍ୱାଦ କମ୍ ତାଏ ଏବଂ ମଞ୍ଜି ବଡ଼ ଥାଏ।

ଆଳୁ

ଆଳୁରେ କଳା ଦାଗ ବା ଭାଙ୍ଗ ଥିଲେ, ସେ ଆଳୁ କିଣନ୍ତୁ ନାହିଁ। ଏହି ଆଳୁ ଅଧିକ ପୁରୁଣା ହୋଇଥାଏ। ସବୁଜ ଦେଖାଯାଉଥିବା ଆଳୁ ମଧ୍ୟ କିଣନ୍ତୁ ନାହିଁ। ଏହି ଆଳୁକୁ ଫୋପାଡ଼ି ଦିଅନ୍ତୁ। ଏହା ବିଷାକ୍ତ ହୋଇଥାଏ। ଏହା ଶରୀରକୁ କ୍ଷତି ପହଞ୍ଚାଇ ଥାଏ।

Comment