ଓଡ଼ିଶାଲାଇଭ ବ୍ୟୁରୋ

 

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ବିଦେଶ ଗସ୍ତରେ ମୋଦି, ଆଜି ଯିବେ ମାଳଦ୍ୱୀପ, କାଲି ଯିବେ ଶ୍ରୀଲଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଶନିବାର ପ୍ରଥମ ଥର ବିଦେଶ ଗସ୍ତ କରୁଛନ୍ତିା ଏହି ଗସ୍ତରେ ସେ ମାଳଦ୍ୱୀପ ଯାଉଛନ୍ତିା ମାଳଦ୍ୱୀପରେ ପାର୍ଲାମେଣ୍ଟରେ ଉଦବୋଧନ ଦେବେ। ଏହା ସହିତ ଅନେକ ଦ୍ଵିପାକ୍ଷିକ ସମ୍ପର୍କ ବାବଦରେ ଦୁଇଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।  ମାଳଦ୍ଵୀପ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ମୋଦି ଏହି ଗସ୍ତ କରିବେ।

ରାହୁଲଙ୍କ ସ୍ଥାନରେ ନିଯୁକ୍ତ ହେବେ ଦୁଇ କାର୍ଯ୍ୟକାରୀ ସଭାପତି 

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ, କିଛି ରାଜ୍ୟରେ ଦେଖା ଦେଇଥିବା ଆଭ୍ୟନ୍ତରୀଣ କନ୍ଦଳ ଓ ନେତାମାନେ ତୁହାକୁ ତୁହା ଦଳ ଛାଡ଼ି ଚାଲି ଯାଉଥିବା ଘଟଣାରେ କଂଗ୍ରେସ ଦଳ ଭିତରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି। ଶୁକ୍ରବାର ଦିନ ରାହୁଲ ଗାନ୍ଧି ତାଙ୍କ ନିର୍ବାଚନ ମଣ୍ଡଳୀ କେରଳର ୱାଏନାଡ ଗସ୍ତ କରିବା ଭିତରେ ଖବର ଆସୁଛି ଯେ ଯଦି ସେ କଂଗ୍ରେସ ସଭାପତି ପଦ ଛାଡ଼ିବା ନିଷ୍ପତ୍ତିରେ ଶେଷ ପର୍ଯ୍ୟନ୍ତ ଅଟଳ ରହନ୍ତି ତେବେ ଦଳ ଦୁଇଟି କାର୍ଯ୍ୟକାରୀ ସଭାପତି ପଦ ସୃଷ୍ଟି କରିବ।

ଆଜିଠାରୁ ଓଜେଇଇ ଅନଲାଇନ ଟେଷ୍ଟ

ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଅନ୍‌ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛିା ଏମବିଏ, ଏମସିଏ, ଏମଟେକ, ଏମ ଆର୍କ, ଏମ ପ୍ଲାନ, ଏମ୍ ଫାର୍ମା, ଲାଟେରାଲ ଏଣ୍ଟ୍ରି ଏମସିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଜେଇଇ ପକ୍ଷରୁ ଶନିବାର ଓ ରବିବାର ଦୁଇ ଦିନ ଧରି କମ୍ପ୍ୟୁଟର ବେସଡ ପ୍ରବେଶିକା ପରୀକ୍ଷା ହେଉଛି।

ସରିଲା ଶିବ ପାର୍ବତୀଙ୍କ ବିବାହ ଉତ୍ସବ, ଆଜି ଯୁଗଳ ଦର୍ଶନ

ସରିଛି ଶିବ ପାର୍ବତୀଙ୍କ ବିବାହ ଉତ୍ସବ। ଶୁକ୍ରବାର ବିଳମ୍ବିତ ରାତିରେ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ସମ୍ପୂର୍ଣ୍ଣ ରୀତିନୀତିରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଭୋଳାଶଙ୍କରଙ୍କ ବିବାହ ହୋଇଛି। ଆଜି ରାତିରେ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ହେବ।

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବି କଲା ବିଜେପି

ଦିଲ୍ଲୀରେ ମୋଦିଙ୍କୁ ଭେଟି କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ନବୀନ?

 

Comment