ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତା ୧୧ ତାରିଖରେ ସେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଦ୍ୱିତୀୟ ଥର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ହେଉଛି ନବୀନ ଓ ମୋଦିଙ୍କର ପ୍ରଥମ ଭେଟ୍‌ଘାଟ୍‌।

ଏହାପରେ ମୁଖ୍ୟମନ୍ତ୍ରୀ ୧୫ ତାରିଖରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗ ଦେବେ। ମୋଦି ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ନୀତି ଆୟୋଗ ବୈଠକ।

ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ବୈଠକରେ ଅଧ୍ୟକ୍ଷତା କରିବେ।

Comment