ଓଡ଼ିଶାଲାଇଭ୍‌ ବ୍ୟୁରୋ

କଙ୍ଗାରୁ ଟିମ୍‌ର ଜବରଦସ୍ତ ଓପନିଂ। ଡେଭିଡ୍ ୱାର୍ଣ୍ଣରଙ୍କ ଶତକ। ପାକିସ୍ତାନ ସାମ୍ନାରେ ୩୦୮ ରନ୍‌ର ଟାର୍ଗେଟ୍‌।

କ୍ରିକେଟ ମହାସମରରେ ବୁଧବାର ଟଣ୍ଟନଠାରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୦୭ ରନ୍‌ କରିବାରେ ସକ୍ଷମ ହୋଇଛି। ଆରୋନ ଫିଞ୍ଚ୍‌ ଏବଂ ଡାଭିଡ ୱାର୍ଣ୍ଣରଙ୍କ ଦମ୍‌ଦାର ପାର୍ଟନରସିପ୍‌ ବଳରେ ଅଷ୍ଟ୍ରେଲିଆ ସ୍କୋର କରିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ପାକିସ୍ତାନ ସାମ୍ନାରେ ୩୦୮ ରନ୍‌ର ଟାର୍ଗେଟ୍‌ ରହିଛି।

ମ୍ୟାଚ୍‌ ଆରମ୍ଭରେ ପାକିସ୍ତାନ ଟସ୍‌ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଜବରଦସ୍ତ ଓପନିଂ କରିଥିଲା। ଆଜିର ମ୍ୟାଚ୍‌ରେ ଡେଭିଡ୍ ୱାର୍ଣ୍ଣର ଧୂଆଁଧାର ଶତକ ଖେଳିଛନ୍ତି। ୱାର୍ଣ୍ଣର ୧୧୧ ବଲ୍‌ରେ ୧୧ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୦୭ ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ଆରୋନ ଫିଞ୍ଚ୍‌ ୮୪ ବଲ୍‌ରେ ୮୨ ରନ୍‌ କରି କଙ୍ଗାରୁ ଟିମ୍‌କୁ ଆଗକୁ ନେଇଥିଲେ।

ହେଲେ ମହମ୍ମଦ ଆମିରଙ୍କ ବଲ୍‌ରେ ଫିଞ୍ଚ୍‌ ଏବଂ ସହୀନ ଆଫ୍ରିଦିଙ୍କ ବଲ୍‌ରେ ୱାର୍ଣ୍ଣର କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ଫିଞ୍ଚ୍‌ ଓ ୱାର୍ଣ୍ଣର ଆଉଟ୍‌ ହେବା ପରେ କଙ୍ଗାରୁ ଟିମ୍‌ର ପତ୍ତନ ଘଟିଥିଲା। କୌଣସ ଖେଳାଳି ପଡ଼ିଆରେ ଛିଡ଼ା ହେବାରେ ସକ୍ଷମ ହୋଇପାରି ନଥିଲେ। ବହୁ କଷ୍ଟରେ କଙ୍ଗାରୁ ଟିମ୍‌ ୩୦୭ ରନ୍‌ କରିବାରେ ସକ୍ଷମ ହୋଇଛି।

ପାକିସ୍ତାନ ଟିମ୍‌ ପକ୍ଷରୁ ମହମ୍ମଦ ଆମିର ସର୍ବାଧିକ ୫ଟି ୱିକେଟ୍‌ ସଂଗ୍ରହ କରିଛନ୍ତି। ସେହିପରି ସହୀନ ଆଫ୍ରିଦିଙ୍କୁ ୨ଟି ୱିକେଟ୍‌ ମିଳିଛି। ବର୍ତ୍ତମାନ ପାକିସ୍ତାନ ଆଗରେ ୨୨୨ ରନ୍‌ର ବିଜ଼ୟଲକ୍ଷ।

Comment