ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଜାନୁଆରି ୧୪ରୁ ଓ୍ୱିଣ୍ଡୋ ୭ ଅପରେଟିଂ ସିଷ୍ଟମର ଅପଡେଟକୁ ମାଇକ୍ରୋସଫ୍ଟ ସମ୍ପୂର୍ଣ୍ଣ ବନ୍ଦ କରିଦେବ। ଓ୍ୱିଣ୍ଡୋ ୭ ବ୍ୟବହାର କରୁଥିବା ପିସିକୁ ବଦଳାଇ ଓ୍ୱିଣ୍ଡୋ ୧୦ ଅପରେଟିଂ ସିଷ୍ଟମ ଥିବା ପିସି ବ୍ୟବହାର କରିବାକୁ ପଡ଼ିବ।

ମାଇକ୍ରୋସପ୍ଟ ତରଫରୁ ଜାରି କରାଯାଇଥିବା ରିପୋର୍ଟରୁ କୁହାଯାଇଛି ଯେ, ପୁରୁଣା ପିସି ବ୍ୟବହାର ଦ୍ୱାରା ରକ୍ଷଣାବେକ୍ଷଣ, ମରାମତି ଓ ଅନ୍ୟାନ୍ୟ ଦୃଷ୍ଟିରୁ ପିସି ପିଚ୍ଛା ୯୩,୫୦୦ ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ।

୭ ଜୁଲାଇ ୨୦୦୯ରେ ଓ୍ୱିଣ୍ଡୋ ୭ ଲଞ୍ଚ ହୋଇଥିଲା। ୭ ପରେ ୮ ଆସିଲା ଏବଂ ଏହାପରେ ଓ୍ୱିଣ୍ଡୋ ୮.୧ ଆସିଲା। ଏହାପରେ ୨୦୧୫ରେ କମ୍ପାନି windows ୧୦ ଲଞ୍ଚ କରିଥିଲା।

କମ୍ପାନି କହିବା ଅନୁସାରେ, ଓ୍ୱିଣ୍ଡୋ ୭ ବନ୍ଦ ହେବା ପରେ ବି ଏହାର ଇନଷ୍ଟାଲେସନ୍ ଏବଂ ଆକ୍ଟିଭେଟ୍ କରିପାରିବେ। ଓ୍ୱିଣ୍ଡୋ ୮.୧ ୟୁଜର୍ସମାନେ ୧୦ ଜୁନ୍ ୨୦୨୩ ଯାଏଁ ସିକ୍ୟୁରିଟି ଅପଡେଟ୍ ଦେବ। ଏହାପରେ ଓ୍ୱିଣ୍ଡୋ ୮.୧ ପାଇଁ ବି ଅପଡେସନ୍ ବନ୍ଦ କରି ଦିଆଯିବ।

Comment