ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି କ୍ରିକେଟ ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଅପରାହ୍‌ଣ ୩ଟାରେ ଲଣ୍ଡନର ମଞ୍ଚେଷ୍ଟରଠାରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ତେବେ ବିରାଟ ବାହିନୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି।

ସୁଦର୍ଶନ ବାଲିରେ ଏକ ବିଶାଳ ବ୍ୟାଟ୍‌ ସହିତ ବିଶ୍ୱକପ୍‌ର ପ୍ରତିକୃତି ତିଆରି କରିଛନ୍ତି। ଭାରତ ପାକିସ୍ତାନର ଛବି ସହିତ ବ୍ୟାଟ୍‌ରେ ଲେଖା ଯାଇଛି ‘ଗୁଡ୍‌ ଲକ୍‌’। ଏନେଇ ସୁଦର୍ଶନ ଏକ ଫଟୋ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି।

Comment