ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିର ବରିଷ୍ଠ ନେତା ଜେ ପି ନଡ୍ଡା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ଡିସେମ୍ବର ମାସ ଯାଏଁ ସେ ଏହି ପଦବୀରେ ରହିବେ।

ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହିଁ ହେବ ବିଜେପିର ସାଙ୍ଗଠନିକ ନିର୍ବାଚନ।

ମୋଦି ସରକାରରେ ଅମିତ ଶାହ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ କିଏ  ହେବେ ଅଧ୍ୟକ୍ଷ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଏହି ରେସ୍‌ରେ ସବୁଠୁ ଆଗରେ ରହିଥିଲେ ଜେ ପି ନଡ୍ଡା।

ନଡ୍ଡାଙ୍କୁ ନୂଆ ଦାୟିତ୍ୱ ମିଳିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ‘‘ଗତ ୫ ବର୍ଷ ହେଲା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ ଶାହ।

Comment