ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋର୍ଗାନଙ୍କ ଧୂଆଁଧାର ୧୭ ଛକା ବଳରେ ଆଫଗାନିସ୍ତାନ ଆଗରେ ରନ୍‌ର ପାହାଡ଼ ଛିଡ଼ା କଲା ଇଂଲଣ୍ଡ। ଜିତିବା ପାଇଁ ଅଫଗାନ ଆଗରେ ୩୯୮ ରନ୍‌ର ବିଜୟଲକ୍ଷ୍ୟ।

ମାଞ୍ଚେଷ୍ଟରରେ ଛକା, ଚୌକା ବର୍ଷା। ମଙ୍ଗଳବାର ଆଇସିସି ବିଶ୍ୱକପରେ ଆଫଗାନିସ୍ତାନକୁ ଭେଟିଛି ଆୟୋଜକ ଇଂଲଣ୍ଡ ଟିମ୍‌। ନଜ ଘରୋଇ ମାଟିରେ ଇଂଲଣ୍ଡଟିମ୍‌ର ଅଧିନାୟକ ଇୟନ୍‌ ମୋର୍ଗାନଙ୍କ ବ୍ୟାଟିଂ ଝଡ଼ ଦେଖିବାକୁ ମିଳିଛି।

ମାଞ୍ଚେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୋର୍ଗାନଙ୍କ ନିଜସ୍ୱ ୧୪୮ ରନ୍‌ ବଳରେ ଆଫଗାନିସ୍ତାନ ଆଗରେ ରନ୍‌ର ପାହାଡ଼ ଛିଡ଼ା କରିଛି ଇଂଲଣ୍ଡ। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୯୭ ରନ୍‌ ସଂଗ୍ରହ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଟିମ୍‌ ପକ୍ଷରୁ ଜେମ୍‌ସ ଭିନ୍ସ ୨୬(୩୧), ଜନି ବେୟାରଷ୍ଟୋ ୯୦(୯୯), ଜୋଏ ରୁଟ୍‌ ୮୮(୮୨) ଏବଂ ଇୟନ୍‌ ମୋର୍ଗାନ ୧୪୮(୭୧) ରନ୍‌ ସଂଗ୍ରହ କରିଛନ୍ତି। ମୋର୍ଗାନ ୧୭ ଛକା ଏବଂ ୪ ଚୌକା ବଳରେ ନିଜସ୍ୱ ୧୪୮ ରନ୍‌ ସଂଗ୍ରହ କରିଛନ୍ତି। ଯାହା ଫଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୯୭ ରନ୍‌ ସଂଗ୍ରହ କରିଛି।

ବର୍ତ୍ତମାନ ଆଫଗାନିସ୍ତାନ ଆଗରେ ୩୯୮ ରନ୍‌ର ବିଜୟଲକ୍ଷ୍ୟ।

Comment