ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ସଦନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି।

ଯୁକ୍ତ ୨ କଳା ରେଜଲ୍ଟ

ଯୁକ୍ତ ୨ କଳାରେ ଚଳିତ ବର୍ଷ ୨ ଲକ୍ଷ ୩୧ ହଜାର ୧୫୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। କଳାରେ ମୋଟ ୬୫.୮୯ ପ୍ରତିଶତ ରେଜଲ୍ଟ ହୋଇଛି।

ସେହିପରି କଳାରେ ୫୭ ହଜାର ୪୪୨ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୯୪ ହଜାର ୮୮୧ ଛାତ୍ରୀ ପରୀକ୍ଷା ଦେଇଥିଲେ।

କଳାରେ ପ୍ରଥମ ଶ୍ରେଣୀରେ ୧୮ ହଜାର ୭୭୩ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ୨ୟ ଶ୍ରେଣୀରେ ୨୨ ହଜାର ୯୪୪ ଏବଂ ୩ୟ ଶ୍ରେଣୀରେ ୧ ଲକ୍ଷ ୧୦ ହଜାର ୪୫୧ ଜଣ ପାସ୍ କରିଛନ୍ତି।

କଳାରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସ୍ ହାର ୭୫.୬୭ ପ୍ରତିଶତ ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୪୭.୪୬ ପ୍ରତିଶତ ପାସ୍ ହାର ରହିଛି।

ବାଣିଜ୍ୟ ରେଜଲ୍ଟ

ଯୁକ୍ତ ୨ ବାଣିଜ୍ୟରେ ଚଳିତ ବର୍ଷ ମୋଟ ୨୬ ହଜାର ୭୪୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୮ ହଜାର ୮୨୬ ଜଣ ପାସ୍‌ କରିଛନ୍ତି। ବାଣିଜ୍ୟରେ ମୋଟ ପାସ୍‌ ହାର ୭୦.୨୬ ପ୍ରତିଶତ ରହିଛି।

ବାଣିଜ୍ୟରେ ମୋଟ ୧୧ ହଜାର ୭୩୮ ଜଣ ଛାତ୍ର ପାସ୍ କରିଥିବା ବେଳେ ୭ ହଜାର ୮୮ ଛାତ୍ରୀ ପାସ୍ କରିଛନ୍ତି। ଛାତ୍ରଙ୍କ ପାସ୍ ହାର ୬୭.୯୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୭୪.୫୨ ପ୍ରତିଶତ ରହିଛି।

ପ୍ରଥମ ଶ୍ରେଣୀରେ ୫ ହଜାର ୬୨୯ ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୩ ହଜାର ୭୪୬ ଏବଂ ତୃତୀୟ ଶ୍ରେଣୀରେ ୯ ହଜାର ୪୨୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଖୋର୍ଦ୍ଧ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୮୯ ପ୍ରତିଶତ ରହିଥିବା ବେଳେ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ରହିଛି ୨୪.୩୪ ପ୍ରତିଶତ।

ଧନ୍ଦାମୂଳକ ଶିକ୍ଷା

ଯୁକ୍ତ ୨ ଧନ୍ଦାମୂଳକ ଶିକ୍ଷାରେ ମୋଟ ୭ ହଜାର ୮୪୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପାସ୍ କରିଛନ୍ତି ୪ ହଜାର ୧୨୬ ଜଣ ପରୀକ୍ଷାର୍ଥୀ। ମୋଟ ପାସ୍ ହାର ହେଉଛି ୫୭.୬୨ ପ୍ରତିଶତ।

୧ ହଜାର ୯୮୨ ଛାତ୍ର ପାସ୍ କରିଥିବା ବେଳେ ୨ ହଜାର ୧୪୪ ଛାତ୍ରୀ ପାସ୍ କରିଛନ୍ତି। ଛାତ୍ରଙ୍କ ପାସ୍ ହାର ୪୭.୯୨ ପ୍ରତିଶତ ହୋଇଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୪୭.୮୬ ପ୍ରତିଶତ ରହିଛି।

ପ୍ରଥମ ଶ୍ରେଣୀରେ ୫୪୪ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨ୟ ଶ୍ରେଣୀରେ ୧୭୦୭ ଏବଂ ତୃତୀୟ ଶ୍ରେଣୀରେ ୧୭୧୪ ଜଣ ପାସ୍ କରିଛନ୍ତି।

ଧନ୍ଦାମୂଳକ ଶିକ୍ଷାରେ ସର୍ବାଧିକ ପାସ୍ ହାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ପାସ୍ ହାର ରହିଛି।

Comment