ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ଵକପ ୩୨ତମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ। ଆଜି ଲଣ୍ଡନରେ ଏହି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ। ଚଳିତ ବିଶ୍ଵକପରେ ଦୁଇଦଳ ବେଶ ଶକ୍ତିଶାଳୀ ରହିଛନ୍ତି। ଅଷ୍ଟ୍ରେଲିଆ ୬ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୬ଟି ମ୍ୟାଚ ଖେଳି ୪ଟିରେ ବିଜୟ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ତେବେ ଆଜିର ମ୍ୟାଚ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିବ

ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳି ବେଶ ଭଲ ପ୍ରଦର୍ଶନ କରିଥିଲା। ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ବୋଲରମାନେ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଡେଭିଡ ଓ୍ଵାର୍ନର ୬ଟି ମ୍ୟାଚ ଖେଳି ସର୍ବାଧିକ ୪୪୭ ରନ କରିପାରିଛନ୍ତି।

ସେହିପରି ମିଚେଲ ଷ୍ଟାର୍କ ମଧ୍ୟ ୬ଟି ମ୍ୟାଚରୁ ୧୫ଟି ଓ୍ଵିକେଟ ନେଇ ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରିଛନ୍ତି। ହେଲେ ଦଳ ତା’ର ୬ଟି ମ୍ୟାଚରୁ ୫ଟି ବିଜୟ ହୋଇଥିବା ବେଳେ ଭାରତ ବିପକ୍ଷ ମ୍ୟାଚରେ ପରାଜୟର ଶିକାର ହୋଇଥିଲା। ହେଲେ ପରବର୍ତ୍ତୀ ମ୍ୟାଚ ଗୁଡିକରେ ଦଳ ପୁଣି ବିଜୟ ଲୟକୁ ଫେରିପାରିଥିଲା। ଏହି ମ୍ୟାଚରେ ଡେଭିଡ ଓ୍ଵାର୍ନର, ଓରୋନ ଫିଞ୍ଚ, ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ ଇଂଲଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ୬ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିଲେ ମଧ୍ୟ ଉନ୍ନତ ଫର୍ମ ଦଳକୁ ବିଜୟୀ କରାଇବାର ଦକ୍ଷତା ରଖିଛି। ଦଲ ପକ୍ଷରୁ ଜଏ ରୁଟ ୬ଟି ମ୍ୟାଚରୁ ସର୍ବାଧିକ ୪୨୪ରନ କରିଛି। ସେହିପରି ବୋଲର ମାନଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ୧୫ଟି ଓ୍ଵିକେଟ ହାସଲ କରିବାରେ ସଫଳ ହୋଇଛନ୍ତି।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦଳର ଅନ୍ୟ ରୂପ ଦେଖିବାକୁ ମିଳିଥିଲା। ଇୟନ ମୋର୍ଗାନ ଘାତକ ବ୍ୟାଟିଂ କରି ରେକର୍ଡ ସୃଷ୍ଟି କରିଥିଲେ। ମାତ୍ର ଗତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦଳ ବିଫଳତାର ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚକୁ ଜିତି ଦଳ ନିଜ ବିଜୟ ଲକ୍ଷ୍ୟକୁ ଫେରିବାକୁ ଚେଷ୍ଟା କରିବ।

Comment