ଓଡ଼ିଶାଲାଇଭ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ସମଲେଶ୍ୱରୀ ଏକ୍ସପ୍ରେସକୁ ଧକ୍କା ଦେଲା ଇଞ୍ଜିନ
ରାୟଗଡ଼ା ଜିଲ୍ଲାରେ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍(୧୮୦୦୫) ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ଅପରାହ୍ଣ ୪.୩୦ରେ ରାୟଗଡ଼ା ସିଙ୍ଗାପୁର ରୋଡ-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି। ସାମ୍ନା ପଟୁ ଆସୁଥିବା ଏକ ମେଣ୍ଟନାନ୍ସ ଇଞ୍ଜିନ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପତ୍ୟକ୍ଷଦର୍ଶୀଙ୍କ ମୁତାବିକ, ଏହି ଦୁର୍ଘଟଣାରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ଚାଲିଥିଲା ଶ୍ରଦ୍ଧାଞ୍ଜଳି ସଭା – ବିଧାନସଭାରେ ଶୋଇ ପଡ଼ିଲେ ତିର୍ତ୍ତୋଲ ବିଧାୟକ
ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ହେଲେ ଗୃହ ଆରମ୍ଭରୁ ଅଜବ ଦୃଶ୍ୟ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଛି। ବିଧାନସଭାରେ ଶ୍ରଦ୍ଧାଞ୍ଜଳି ସଭା ଚାଲିଥିବା ବେଳେ ଶାସକ ଦଳର ବିଧାୟକ ବିଷ୍ଣୁ ଦାସ ନିଜ ଆସନରେ ଶୋଇ ପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିରୋଧୀ ଦଳ ନେତାଙ୍କୁ ନେଇ ଗୃହରେ ଝଡ଼, କଂଗ୍ରେସ ଉଠାଇଲା ପ୍ରଶ୍ନ
ମଥାରେ ସିନ୍ଦୂର, ହାତରେ ମେହେନ୍ଦୀ: ବିବାହ ପରେ ସାଂସଦ ଭାବେ ଶପଥ ନେଲେ ନୁସରତ
ଏଥର ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ ପକ୍ଷରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅଭିନେତ୍ରୀ ନୁସରତ ଜହାଁ। ନିକଟରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମଙ୍ଗଳବାର ନିବ ବିବାହିତ ସାଂସଦ ନୁସରତ ସଂସଦରେ ଶପଥ ନେଇଛନ୍ତି। ଶପଥ ନେବାପରେ ବାଚସ୍ପତି ଓମ ବିର୍ଲାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ନୁସରତ।
ଜୁଲାଇ ୧୮ରୁ ଯୁକ୍ତ ୨ କଳା-ବିଜ୍ଞାନ-ବାଣିଜ୍ୟ-ଧନ୍ଦାମୂଳକର ଇନଷ୍ଟାଣ୍ଟ ପରୀକ୍ଷା
ଜୁଲାଇ ୧୮ରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନଷ୍ଟାଣ୍ଟ ପରୀକ୍ଷା। ଏନେଇ ଜୁନ୍ ୨୭ରୁ ଜୁଲାଇ ୧ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ଫର୍ମ ପୂରଣ କରିପାରିବେ। ଜୁଲାଇ ୨ ଓ ୩ରେ ପରୀକ୍ଷା ଫି ଦାଖଲ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଆଣ୍ଟିଗୁଆ ସରକାରଙ୍କ ଘୋଷଣା: ରଦ୍ଦ ହେବ ମେହୁଲ ଚୋକସୀଙ୍କ ନାଗରିକତ୍ୱ
ପିଏନବି ଠକେଇର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ଭାରତ ଆଣିବା ପ୍ରକିୟା ଜୋର ହୋଇଛି। ଭାରତରୁ ଫେରାଇ ହୋଇ ଆଣ୍ଟିଗୁଆରେ ରହୁଥିବା ଚୋକସୀଙ୍କ ଆଣ୍ଟିଗୁଆ ନାଗରିକତ୍ୱ ରଦ୍ଧ ହୋଇପାରେ।
ବିଜୟ ଲୟକୁ ଫେରିବା ଲକ୍ଷ୍ୟରେ ଇଂଲଣ୍ଡ
ଆଇସିସି ବିଶ୍ଵକପ ୩୨ତମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ। ଆଜି ଲଣ୍ଡନରେ ଏହି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ। ଚଳିତ ବିଶ୍ଵକପରେ ଦୁଇଦଳ ବେଶ ଶକ୍ତିଶାଳୀ ରହିଛନ୍ତି। ଅଷ୍ଟ୍ରେଲିଆ ୬ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୬ଟି ମ୍ୟାଚ ଖେଳି ୪ଟିରେ ବିଜୟ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

ବଜେଟ ଅଧିବେଶନ – କ’ଣ ରହିବ ବିଜେପିର ଭୂମିକା?
ଆଜିଠୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହା ୩୦ ଦିନ ଧରି ଚାଲିବ। ଷୋଡ଼ଶ ବିଧାନସଭାର ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଗୃହୀତ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ବି ଆସିବ। ତେବେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଗୃହରେ ବିଜେପିର ଭୂମିକା କ’ଣ ହେବ। ରାଜ୍ୟସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଦେବା ଘଟଣାରେ ଇତି ମଧ୍ୟରେ ଢେର ରାଜନୈତିକ ଉଠାପକା ଚାଲିଥିବା ବେଳେ ସମସ୍ତଙ୍କ ଆଖି ବିଜେପି ବିଧାୟକଙ୍କ ଉପରେ।
ଜୁଲାଇ ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
ଜୁଲାଇ ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ ରଖାଯାଇଥିଲା।















