ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୧୮ରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନଷ୍ଟାଣ୍ଟ ପରୀକ୍ଷା। ଏନେଇ ଜୁନ୍ ୨୭ରୁ ଜୁଲାଇ ୧ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ଫର୍ମ ପୂରଣ କରିପାରିବେ।

ଜୁଲାଇ ୨ ଓ ୩ରେ ପରୀକ୍ଷା ଫି ଦାଖଲ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଇନଷ୍ଟାଣ୍ଟ ପରୀକ୍ଷା ତିନି ଦିନ ପାଇଁ ହେବ। ପ୍ରଥମ ଦିନ କଳା, ବିଜ୍ଞାନ, ବାଣିଜ୍ୟ ଓ ଶିକ୍ଷା ବିଭାଗର ରେଗୁଲାର ଏବଂ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ।

ପୂର୍ବାହ୍ନ ୧୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।

କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତାଗୁଡ଼ିକ ପୁଣି ଥରେ ଯାଞ୍ଚ କରିବା ଲାଗି ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ। ଜୁଲାଇ ୯ ଭିତରେ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ।

Comment