ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ବିଧାନସଭାର ପ୍ରଥମ ଦିନରେ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ମୁଲତବୀ ରହିଥିଲା। ଆଜି ପୁଣି ଦ୍ଵିତୀୟ ଦିନ ଶୂନ୍ୟକାଳରେ ଶାସକ ଦଳକୁ ଘେରିଛନ୍ତି କଂଗ୍ରେସ ବିଧାୟକ। ଖଣି ଦୁର୍ନୀତିରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ନରସିଂହ ମିଶ୍ର।

ଏହାର ପ୍ରତିକ୍ରିୟା ରଖି ବୈଷ୍ଣବ କହିଛନ୍ତି, “କଂଗ୍ରେସର ଅଭିଯୋଗ ଭିତ୍ତିହୀନ। ଯଦି ଅଭିଯୋଗ ଆଣିଛନ୍ତି ତଦନ୍ତ କରନ୍ତୁ। ସମୟ ଆସିଲେ ସମସ୍ତ ପ୍ରଶ୍ନର ଉତ୍ତର ଦେବି।”

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, “ରାଜନୈତିକ ଦୃଷ୍ଟିକୋଣରୁ କଂଗ୍ରେସ ଏ ଅଭିଯୋଗ କରିଛି। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ବୈଷ୍ଣବଙ୍କୁ ସମର୍ଥନ କରିଛନ୍ତି। ବର୍ତ୍ତମାନ ଅଶ୍ଵିନୀ ଗୃହର ସଦସ୍ୟ ନୁହନ୍ତି ତାଙ୍କ ବିଷୟରେ ଆଲୋଚନା ଅନାବଶ୍ୟକ।”

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପରେ ବିଜେଡି ଓ ବିଜେପିର ଭିତିରିଆ ସମ୍ପର୍କକୁ ନେଇ ଗୃହ ଆରମ୍ଭରୁ କଂଗ୍ରେସ ଟାର୍ଗେଟ କରିଛି।

Comment