ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶାହିଦ କପୁର, ଅମୃତା ରାଓଙ୍କ ଅଭିନୀତ ଫିଲ୍ମ ‘ଇଶ୍କ ଭିସ୍କ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ସିକ୍ୱେଲକୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି। ସିକ୍ୱେଲରେ ଏଥର ଶାହିଦ ନୁହେଁ ବରଂ ତାଙ୍କ ସାନ ଭାଇ ଇଶାନ ଖଟ୍ଟର ଲିଡ ରୋଲରେ ନଜର ଆସିବାକୁ ଯାଉଛନ୍ତି। ଏହାକୁ ରମେଶ ତୁରାନୀ ପ୍ରଡ୍ୟୁସ କରିବେ।

ରିପୋର୍ଟ ଅନୁସାରେ ଫିଲ୍ମ ମେକର୍ସ ଏବେ ସ୍କ୍ରିପ୍ଟରେ କାମ କରୁଛନ୍ତି। ଏଥିରେ ନାୟକ ଭାବେ ଇଶାନଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି। ଏନେଇ ମେକର୍ସ ଇଶାନଙ୍କ ସହିତ କଥା ହୋଇଥିବା ଜଣାପଡ଼ିଛି।

ଯଦି ଇଶାନ ଏହି ଫିଲ୍ମରେ ଅଭିନୟ କରନ୍ତି ତେବେ ଦେଖିବାକୁ ଅପେକ୍ଷା ରହିବ ଯେ ଭାଇଙ୍କ ଚାର୍ମଙ୍କୁ ସେ କେତେ ଦୂର ବଜାଇ ରଖିପାରୁଛନ୍ତି।

Comment