ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀରେ ଗତ କିଛିଦିନ ହେବ କାର ଡକାୟତି କରୁଥିବା ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି ପୋଲିସ। ଖଣ୍ଡଗିରି ପୋଲିସ୍‌ ଓ ସ୍ପେଶାଲ ସ୍କାଡ୍ ମିଳିତ ଉଦ୍ୟମରେ ଏହି ଗ୍ୟାଙ୍ଗ୍‌କୁ ଗିରଫ କରାଯାଇଛି। ସେମାନଙ୍କଠୁ ୩ଟି କାର, ୨ଟି ବାଇକ, ୪ଟି ସୁନାଚେନ, ସୁନାଚୁଡ଼ି ଓ ମୁଦି ଜବତ କରାଯାଇଛି।

ଗିରଫ ହୋଇଥିବା ଅପରାଧିମାନେ ହେଲେ ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳର କୃଷ୍ଣଚରଣ ଦାସ, ସତ୍ୟନଗରର ଅମରଜିତ ପ୍ରଧାନ, ପୁରଣା ଭୁବନେଶ୍ଵର କେଉଟ ସାହିର ମହେଶ୍ଵର ଦଳାଇ।

ଏକ ଚୋରା କାରକୁ ଏହି ଗ୍ୟାଙ୍ଗ ବିକ୍ରି କରୁଥିବାର ଯୋଜନା କରୁଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି। ଗିରଫ ପରେ ଅପରାଧିମାନେ ଜୁନ ୧ରେ ପିତାପଲ୍ଲୀ ନିକଟରୁ ଏକ କାର ଚୋରି କରିଥିବା ସ୍ଵିକାର କରିଛନ୍ତି।

ଗତ ୨୦ ତାରିଖ ରାତି ୧୦ଟାରେ ଆମ୍ରପାଲି ହସପିଟାଲ ନିକଟରୁ ଏହି ଗ୍ୟାଙ୍ଗ ଏକ କାର ଚୋରି କରିଥିଲେ। ଗତ କିଛିଦିନ ହେବ ରାଜଧାନୀରେ ୪ରୁ ଅଧିକ ଚୋରି ହୋଇଛି। ଯୋଉଁଥିରୁ ଆମ୍ରପାଲି ହସ୍ପିଟାଲରୁ ହୋଇଥିବା କାର ଚୋରିରେ ପୋଲିସକୁ ସଫଳତା ମିଳିଛି।

Comment