ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଘୋଷଯାତ୍ରା ଲାଗି ଟୋଲ ଗେଟ୍ ଫ୍ରି

ରଥଯାତ୍ରା, ବାହୁଡ଼ା, ସୁନାବେଶ ଦିନ ଟୋଲ ଗେଟ୍ ଫି ଛାଡ଼ କରାଯାଇଛି। ଏହି ୩ ଦିନ ପିପିଲି ଟୋଲ ଗେଟରେ ଟିକସ ଦେବାକୁ ପଡ଼ିବ ନାହିଁ। ଏନେଇ ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି।

ସୋଏବଙ୍କ ଭାରତକୁ ଅନୁରୋଧ: ‘‘ତୁମେ ଜିତ ଆମେ ସେମିଫାଇନାଲକୁ ଯିବୁ’’

ଳିତ ବିଶ୍ଵକପରେ ସେମିଫାଇନାଲ ଯିବାକୁ ପାକିସ୍ତାନ ଦଳକୁ ସାହାଯ୍ୟ କରିବା ଲାଗି ଭାରତକୁ ଅପିଲ କରିଛନ୍ତି ପାକିସ୍ତାନ ପୂର୍ବତନ ଫାଷ୍ଟ ବୋଲର ସୋଏବ ଅଖତର। ତାଙ୍କ ୟୁଟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ କରି ସୋଏବ କହିଛନ୍ତି, ‘‘ଏବେ ଭାରତ ହିଁ ପାକିସ୍ତାନକୁ ସାହାଯ୍ୟ କରିବ।’’

ବଦଳିଲା ପାଗ- ସକ୍ରିୟ ହେଲା ମୌସୁମୀ

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହୋଇଛି। ଫଳରେ ଆସନ୍ତା ୩ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଉଜମା ଅହମ୍ମଦଙ୍କ ବାୟୋପିକରେ ଆସିବେ ଶ୍ରଦ୍ଧା

ଲାସ୍ୟମୟୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ଏବେ ଅଷ୍ଟ୍ରିଆରେ ଅପକମିଂ ଫିଲ୍ମ ‘ସାହୋ’ର ସୁଟିଂ କରୁଛନ୍ତି ସେ। ଏହାଛଡ଼ା ତାଙ୍କ ଅଭିନୀତ ‘ଡ୍ୟାନ୍ସର ଥ୍ରୀଡ଼ି’, ‘ଛିଛୋରୋ’ ମଧ୍ୟ ରିଲିଜ୍ ହେବାର ଅଛି। ତେବେ ଲାଟେଷ୍ଟ ରିପୋର୍ଟ ଅନୁସାରେ ଶ୍ରଦ୍ଧାଙ୍କୁ ଉଜମା ଅହମ୍ମଦଙ୍କ ବାୟୋପିକରେ ଦେଖିବାକୁ ମିଳିବ। ନିର୍ଦ୍ଦେଶକ ଶିବମ ନାୟାର ଏଥିପାଇଁ ଶ୍ରଦ୍ଧାଙ୍କୁ ସାକ୍ଷାତ କରି ଫିଲ୍ମର କାହାଣୀ ଶୁଣାଇଛନ୍ତି।

ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି

ଶ୍ରୀଜୀଉଙ୍କର ଆଜି ଚକା ବିଜେ ନୀତି। ଦଶମୀ ତିଥିରେ ମହାପ୍ରଭୁ ଚକା ଉପରେ ବିଜେ କରିବେ। ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଗ ସରିବା ପରେ ମେଲଣ ଦ୍ୱାର ଫିଟିବ। ଏହାପରେ ଦଇତାପତିମାନେ ମହାପ୍ରଭୁଙ୍କ ଗୁପ୍ତ କାର୍ଯ୍ୟ କରିବେ। ଏହାସହ ରାଜବୈଦ୍ୟ ମହାପ୍ରଭୁଙ୍କ ଲାଗି ଦଶମୂଳ ମହୋଷଧି ପ୍ରସ୍ତୁତ କରି ଗାରଦ ଗୃହରେ ଜମା କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ଏକାଦଶୀରେ ମହାପ୍ରଭୁଙ୍କୁ ଦଶମୂଳ ମହୋଷଧି ସେବନ କରାଯିବ।

ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି

ଆଇସିସି ଦିନିକିଆ ୩୫ତମ ମ୍ୟାଚରେ ଶୁକ୍ରବାର ଚେଷ୍ଟର ଲି ଷ୍ଟ୍ରିଟରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଦୁଇଦଳଙ୍କ ପାଇଁ ଚଳିତ ବିଶ୍ଵକପ ବହୁତ କଷ୍ଟଦାୟକ ରହିଛି।

ଜୁଲାଇ ପହିଲାରୁ NEFT ଓ RTGS ଉପରେ ଦେବାକୁ ପଡ଼ିବ ନାହିଁ ବ୍ୟାଙ୍କ ଚାର୍ଜ

ଅନଲାଇନ୍ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏଣିକି NEFT ଓ RTGS ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଶୁକ୍ଳକୁ ହଟାଇଦେଇଛି। ଏନେଇ ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି।

Comment