ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁହାଁମୁହିଁ। ଟସ୍‌ ଜିତି ବ୍ୟାଟିଂ କଲା କଙ୍ଗାରୁ ଦଳ।

ଆଇସିସି ବିଶ୍ୱକପରେ ଶନିବାର ଦୁଇଟି ମ୍ୟାଚ୍‌ ଖେଳାଯାଉଛି। ଦିନ ୩ଟାରେ ଲିଡ୍ସଠାରେ ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମୁହାଁ ମୁହିଁ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିଛି ନ୍ୟୁଜିଲାଣ୍ଡ। ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଚଳିତ ବିଶ୍ୱକପ ସିଜନରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଦୁଇଟି ଶକ୍ତିଶାଳୀ ଟିମ୍‌ ସାବ୍ୟସ୍ତ ହୋଇଛି। ଅଷ୍ଟ୍ରେଲିଆ ବର୍ତ୍ତମାନ ୭ଟି ମ୍ୟାଚ୍‌ ଖେଳି ଭାରତ ବିପକ୍ଷ ଗୋଟିଏ ମ୍ୟାଚ୍‌ରେ ହାରିବା ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।

ସେହିପରି ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ, ୧ଟି ପରାଜୟ ଏବଂ ଗୋଟିଏ ବାତିଲ ବଳରେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି। ଆଜି ଏହି ଦୁଇଟି ଟିମ୍‌ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ।

Comment