ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ୍‌ ମହାସମରରେ ଏପର୍ଯ୍ୟନ୍ତ ୩୫ଟି ମୁକାବିଲା ଶେଷ ହୋଇଥିବା ବେଳେ ଆହୁରି ୧୦ ଟି ମ୍ୟାଚ୍‌ ବାକି ରହିଛି। ରାଉଣ୍ଡ ରବିନ୍‌ ଫର୍ମାଟରେ ଖେଳାଯାଉଥିବା ଚଳିତ ବିଶ୍ୱକପ ଦ୍ୱାଦଶ ସଂସ୍କରଣରେ ପ୍ରତ୍ୟେକ ଟିମ୍‌ ନିଜ ନିଜ ମଧ୍ୟରେ ଥରେ ଥରେ ମ୍ୟାଚ୍‌ ଖେଳୁଛନ୍ତି। ଏଥିସହିତ ପଏଣ୍ଟ ଟେବୁଲ ଶୀର୍ଷ ୪ଟି ଟିମ୍‌ ସେମିଫାଇନାଲରେ ପ୍ରବେଶ କରିବେ।

ବର୍ତ୍ତମାନ ସ୍ଥିତିରେ ଅଷ୍ଟ୍ରେଲିଆ ୧୨ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିସାରିଛି। ଏତିସହିତ ଅନ୍ୟ ୩ଟି ଟିମ୍‌ର ଫଳାଫଳ ଖୁବ୍‌ଶୀଘ୍ର ଆସିଯିବ। ହେଲେ ଚଳିତ ବିଶ୍ୱକପରେ ଏମିତି ୪ଟି ଦଳ ରହିଛି, ଯିଏ ଏଭିତରେ ସେମିଫାଇନାଲ ରେସ୍‌ରୁ ବାଦ ପଡ଼ିଛନ୍ତି।

ସେମିଫାଇନାଲ ରେସ୍‌ରୁ ସର୍ବପ୍ରଥମେ ବାହାରିଛି ଆଫଗାନିସ୍ତାନ ଟିମ୍‌। ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ସବୁ ମ୍ୟାଚ୍‌ରେ ହାରିଛି। ପଏଣ୍ଟ ଟେବୁଲରେ ଆଫଗାନିସ୍ତାନ ଶେଷ ସ୍ଥାନରେ ରହି ସେମିଫାଇନାଲ ରେସ୍‌ରୁ ବାଦ୍‌ ପଡ଼ିଛି।

ସେମିଫାଇନାଲ ରେସ୍‌ରୁ ବାହାରିଥିବା ଦ୍ୱିତୀୟ ଟିମ୍‌ ହେଉଛି ଦକ୍ଷିଣ ଆଫ୍ରିକା। ନିଜ ଦଳର ବଡ଼ ଖେଳାଳିମାନେ ଆହତ ହେବା ଫଳରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ କରାପ ପ୍ରଦର୍ଶନ କରି ସେମିଫାଇନାଲରୁ ବାହାର ହୋଇଛି। ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ବିଜୟ, ୫ ପରାଜୟ ଏବଂ ଗୋଟିଏ ବାତିଲ ବଳରେ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।

ତୃତୀୟ ଟିମ୍‌ ଭାବେ ସେମିଫାଇନାଲରୁ ବାହାର ହୋଇଛି ଟିମ୍‌ ୱେଷ୍ଟଇଣ୍ଡିଜ୍। ଇଣ୍ଡିଜ୍‌ ଦଳ ବର୍ତ୍ତମାନ ୭ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟ, ୫ଟିରେ ପରାଜୟ, ଗୋଟଏ ବାତିଲ ବଳରେ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି। ଏଥିସହିତ ସେମିଫାଇନାଲ ରେସ୍‌ରୁ ବାହାର ହୋଇଛି ୱେଷ୍ଟଇଣ୍ଡିଜ୍।

ଚତୁର୍ଥ ଦଳ ଭାବେ ଶୁକ୍ରବାର ଶ୍ରୀଲଙ୍କାକୁ ପରାସ୍ତ କରି ସେମିଫାଇନାଲ ରେସ୍‌ରୁ ବାହାର କରିଛି ଦକ୍ଷିଣ ଆଫ୍ରିକା। ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିଜୟ ହୋଇ ଶ୍ରୀଲଙ୍କାର ସେମିଫାଇନାଲ ଆଶାକୁ ଧୂଳିସାତ କରିଛି। ଶନିବାର ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ମହା-ମୁକାବିଲା ଚାଲିଛି। ତେବେ ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ନିଜ ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ଖେଳୁଛି।

Comment