ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ ‘ସୁପର ୩୦’ର ନୂଆ ଗୀତ ରିଲିଜ ହୋଇଛି। ଏହି ଗୀତର ନାଁ ରହିଛି ‘ବାସନ୍ତୀ ନୋ ଡ୍ୟାନ୍ସ’। ଏହି ଗୀତରେ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିଛନ୍ତି ହ୍ରିତିକ ରୋଶନ। ଗୀତରେ ହ୍ରିତିକ ହୋଲିରେ ତାଙ୍କ ଛାତ୍ରମାନଙ୍କୁ ଇଂରାଜୀରେ ଗୀତ ଗାଇବାକୁ କହୁଛନ୍ତି।

ଖ୍ୟାତନାମା ଫିଲ୍ମ ସୋଲେର ଏକ ଲୋକପ୍ରିୟ ଡାଇଲଗ ‘ବାସନ୍ତୀ ଇନ କୁତୋକେ ସାମନେ ମତ ନାଚନା’କୁ ନେଇ ଗୀତଟି ଲେଖାଯାଇଛି। ଏଥିରେ ହ୍ରିତିକ ତାଙ୍କ ଛାତ୍ରମାନଙ୍କ ମନରେ ଇଂରାଜୀ ପ୍ରତି ଥିବା ଭୟକୁ ଦୂରେଇବାକୁ ଚେଷ୍ଟା କରୁଛନ୍ତି।

ଏକ ମଜାଳିଆ ଢ଼ଙ୍ଗରେ ଏହି ଗୀତକୁ ଉପସ୍ଥାପନ କରାଯାଇଛି। ଏହାକୁ ଦେଖି ଦଶର୍କଙ୍କୁ ଖୁବ୍ ମଜା ଆସିବ।

ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଫିଲ୍ମରେ ହ୍ରିତିକ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରିଥିବା ଟ୍ରେଲରରୁ ଜଣାପଡ଼ିଥିଲା। ଫିଲ୍ମରେ ତାଙ୍କ ନାଁ ଆନନ୍ଦ କୁମାର ରହିଛିା

ଫିଲ୍ମର ଟ୍ରେଲର ଆସିବା ପରେ ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ ହେବ ବୋଲି ଅନୁମାନ କରାଯାଉଛିା

ଫିଲ୍ମକୁ ଖ୍ୟାତନାମା ନିର୍ଦ୍ଦେଶକ ବିକାଶ ବହଲ ନିର୍ଦ୍ଦେଶନା ଦେଇଛନ୍ତିା ଫିଲ୍ମଟି ଜୁଲାଇ ୧୨ରେ ରିଲିଜ ହେବା

ଏହି ଫିଲ୍ମଟି ଜାନୁଆରିରେ ରିଲିଜ ହେବାର ଥିଲା। ହେଲେ ସେହି ସମୟରେ ମଣିକର୍ଣ୍ଣିକା ରିଲିଜ ହେବାରୁ ‘ସୁପର ୩୦’ର ରିଲିଜ ଡେଟ୍ ପରିବର୍ତ୍ତନ କରାଯାଇଥିଲା।

Comment