ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଆଜି ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ଔଷଧ

ଆଉ ୫ଦିନ ପରେ ରଥଯାତ୍ରା। ଅଣସର ଗୃହରେ ଚାଲିଛି ମହାପ୍ରଭୁଙ୍କ ଗୋପନ ସେବା। ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କର କରୁଛନ୍ତି ସେବା। ଆଜି ଏକାଦଶୀରେ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ। ଗମ୍ଭାରୀ, ଗୋଖରା, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି, ଅଗବଥୁ, ଲବିଂ କୋଳି, ଅଙ୍କରାନ୍ତି, ବେଲ ଓ ନବାଙ୍କୁରୀକୁ ମିଶାଇ ଏହି ଦଶମୂଳ ପ୍ରସ୍ତୁତ ହୋଇଥାଏ।

ପୁନେରେ ପାଚେରୀ ଭୁଶୁଡ଼ି ୧୭ ମୃତ

ମହାରାଷ୍ଟ୍ରର ପୁନେରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି।  ପ୍ରବଳ ବର୍ଷା ଯୋଗୁଁ ପାଚେରୀ ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୧ ପୁରୁଷ, ୨ ମହିଳା ଓ ୪ ଶିଶୁ ଅଛନ୍ତି। ପାଚେରୀ ତଳେ ଆହୁରି କିଛି ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ଏୟାରଟେଲ ବନ୍ଦ କରିବ ୩ଜି ସେବା – ଆରମ୍ଭ ହେଲା କୋଲକାତାରୁ

ଭାରତୀୟ ଟେଲିକମ୍‌ କମ୍ପାନି ଭାରତୀ ଏୟାରଟେଲ୍‌ ଏବେ ଭାରତରେ ତା’ର ୩ଜି ସେବା ବନ୍ଦ କରିବାକୁ ଯୋଜନା କରୁଛି। ଏଥିସହିତ ଶୁକ୍ରବାର ଏୟାରଟେଲ କୋଲକାତାରୁ ଏହାର ୩ଜି ସେବା ବନ୍ଦ କରିବାକୁ ଘୋଷଣା କରିଛି। କମ୍ପାନି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ୪ଜିବି ସେବା ଉପରେ ଫୋକସ୍‌ କରୁଛି।

ଜୁଲାଇ ପହିଲାରୁ NEFT ଓ RTGS ଉପରେ ଦେବାକୁ ପଡ଼ିବ ନାହିଁ ବ୍ୟାଙ୍କ ଚାର୍ଜ

ଅନଲାଇନ୍ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏଣିକି NEFT ଓ RTGS ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଶୁକ୍ଳକୁ ହଟାଇଦେଇଛି। ଏନେଇ ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି।

ଜି-୨୦ ସମ୍ମିଳନୀର ଆଜି ଶେଷ ଦିନ, ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ ମୋଦି

ଜାପାନର ଓସକାରେ ଚାଲିଥିବା ଜି ୨୦ ଶିଖର ସମ୍ମିଳନୀର ଆଜି ତୃତୀୟ ତଥା ଶେଷ ଦିନ। ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ୱର ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Comment