ଓଡ଼ିଶାଲାଇଭ୍ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଅରେଞ୍ଜ ଜର୍ସିରେ ‘ମେନ୍ ଇନ୍ ବ୍ଲ୍ୟୁ’ – ନୂଆ ଜର୍ସିରେ ଇଂଲଣ୍ଡକୁ ଭେଟିବ ବିରାଟ ବାହିନୀ
ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍
ପୁଣି ଖଟିଆରେ ବୁହା ହେଲା ଶବ: ୨ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ
କନ୍ଧମାଳ, ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ମହାପ୍ରୟାଣ ଗାଡ଼ି ଅଭାବରୁ ଖଟିଆରେ ଶବ ବୁହା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଦାରିଙ୍ଗିବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ବାଣ ବିସ୍ଫୋରଣରେ ଭାଇ ଭଉଣୀ ଗୁରୁତର
ବାଣ ବିସ୍ଫୋରଣରେ ଦୁଇ ଭାଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ରାଉତମୁଣ୍ଡା ଗାଁରେ। ସୂଚନା ମୁତାବକ, ଏହି ଗାଁରେ ଶୁକ୍ରବାର ଏକ ଝିଅ ବାହାଘର ଥିଲା। ବରଯାତ୍ରୀ ଗାଁରେ ବାଣ ଫୁଟାଇ ଥିଲେ। ସେଥିରୁ କିଛି ଅଫୁଟା ବାଣ ରାସ୍ତାରେ ପଡ଼ି ରହିଥିଲା। ବରଯାତ୍ରୀ ଯିବା ପରେ ଯିବା ମୁନିରାମ ଛତିଆଙ୍କ ୩ ବର୍ଷର ପୁଅ, ୫ ବର୍ଷର ଝିଅ ସେହି ବାଣକୁ ଆଣି ଖେଳୁଥିଲେ। ଏହି ସମୟରେ କୌଣସି କାରଣରୁ ବାଣ ବିସ୍ଫୋରଣ ହୋଇଥିଲା। 
ପାକିସ୍ତାନ ପାଇଁ ଅଗ୍ନିପରୀକ୍ଷା
ଆଇସିସି ବିଶ୍ଵକପର ୩୬ତମ ମ୍ୟାଚରେ ଶନିବାର ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଚଳିତ ବିଶ୍ଵକପରେ ଆଫଗାନିସ୍ତାନର ବିଶ୍ଵକପ ଯାତ୍ରା ଶେଷ ହୋଇଯାଇଥିବା ବେଳେ ପାକିସ୍ତାନ ପାଇଁ ସୁଯୋଗ ରହିଛି।ପାକିସ୍ତାନ ଯଦି ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟୀ ହୁଏ ଓ ଭାରତ-ଇଂଲଣ୍ଡ ବିପକ୍ଷରେ ବିଜୟୀ ହୁଏ ତେବେ ପାକିସ୍ତାନ ପାଇଁ ସେମିଫାଇନାଲ ଯିବା 
କେନ୍ଦ୍ରାପଡ଼ା: ରାତିରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଦୁବୃର୍ତ୍ତ
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଘର ଭିତରେ ପଶି ସ୍ୱାମୀଙ୍କ ଆଖି ଆଗରେ ଦୁବୃର୍ତ୍ତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ଆସିଛି।

ରଥଯାତ୍ରାରେ କେଉଁଠି କରିବେ ଗାଡ଼ି ପାର୍କିଂ

ଆସନ୍ତାକାଲିଠୁ ପ୍ରବଳ ବର୍ଷିବ – ସିଇସି
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ଧୀରେ ଧୀରେ ପଶ୍ଚିମ ଦିଗ ଆଡ଼କୁ ମାଡ଼ି ଆସୁଛି। ଫଳରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।























