ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ଵକପର ୩୬ତମ ମ୍ୟାଚରେ ଶନିବାର ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଚଳିତ ବିଶ୍ଵକପରେ ଆଫଗାନିସ୍ତାନର ବିଶ୍ଵକପ ଯାତ୍ରା ଶେଷ ହୋଇଯାଇଥିବା ବେଳେ ପାକିସ୍ତାନ ପାଇଁ ସୁଯୋଗ ରହିଛି।

ପାକିସ୍ତାନ ଯଦି ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟୀ ହୁଏ ଓ ଭାରତ-ଇଂଲଣ୍ଡ ବିପକ୍ଷରେ ବିଜୟୀ ହୁଏ ତେବେ ପାକିସ୍ତାନ ପାଇଁ ସେମିଫାଇନାଲ ଯିବା ରାସ୍ତା ଫିଟିଯିବ। କାରଣ ଇଂଲଣ୍ଡ ତା’ର ଦୁଇଟି ମ୍ୟାଚରୁ ଗୋଟିଏରେ ପରାଜୟ ହେଲେ ସେମିଫାଇନାଲରୁ ବାଦ ପଡ଼ିବ, ଯାହାକି ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି କରିବ।

ଚଳିତ ବିଶ୍ଵକପରେ ପାକିସ୍ତାନ ୭ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୩ଟି ପରାଜୟ ଓ ଗୋଟିଏ ବାତିଲ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଦଳ ତା’ର ଆରମ୍ଭ ମ୍ୟାଚରୁ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ପରବର୍ତ୍ତୀ ୩ଟି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛି।

ଦଳ ପକ୍ଷରୁ ମହମ୍ମଦ ହାଫିଜ, ବାବର ଆଜମ, ସରଫରାଜ ଅହମ୍ମଦ ଓ ମହମ୍ମଦ ଅମିର ଭଲ ଫର୍ମରେ ରହିଛନ୍ତି। ମହମ୍ମଦ ଅମିର ୭ଟି ମ୍ୟାଚରୁ ସର୍ବାଧିକ ୧୬ଟି ଓ୍ଵିକେଟ ନେଇଛନ୍ତି। ଏହି ମ୍ୟାଚରେ ମହମ୍ମଦ ଅମିର ଆଫଗାନିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।

ସେହିପରି ଆଫଗାନିସ୍ତାନ ୭ଟି ମ୍ୟାଚ ଖେଳି ବିଜୟର ସ୍ଵାଦ ନେଇପାରି ନାହିଁ। ଏହି ମ୍ୟାଚରେ ଆଫଗାନିସ୍ତାନ ବିଜୟ ହେଲେ ମଧ୍ୟ ସେମିଫାଇନାଲ ଯାଇପାରିବନାହିଁ। ଦଳ ଭାରତ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲା।

ଦଳ ପକ୍ଷରୁ ମହମ୍ମଦ ନବି ଭଲ ପ୍ରଦର୍ଶନ କରିଛନ୍ତି। ସେହିପରି ଏହି ମ୍ୟାଚରେ ମହମ୍ମଦ ନବି, ରସିଦ ଖାନ ପାକିସ୍ତାନ ପାଇଁ ଘାତକ ହୋଇପାରନ୍ତି। ପାକିସ୍ତାନ ପାଇଁ ଆଜିର ମ୍ୟାଚ ନିର୍ଣ୍ଣାୟକ ହୋଇପାରେ।

Comment