ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କଲା ଇଂଲଣ୍ଡ। ଜୁଲାଇ ୧୪ରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମଧ୍ୟରେ ଗ୍ରାଣ୍ଡ ଫାଇନାଲ।

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ। ଗୁରୁବାର ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଏଥିସହିତ ବିଶ୍ୱକପ୍‌ ଫାଇନାଲ ପାଇଁ ଆଇସିସିକୁ ଦୁଇଟି ଶ୍ରେଷ୍ଠ ଟିମ୍‌ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମିଳିଯାଇଛି। ଜୁଲାଇ ୧୪ରେ ଏହି ଦୁଇ ଟିମ୍‌ ମଧ୍ୟରେ ଗ୍ରାଣ୍ଡ ଫାଇନାଲରେ ହେବ ଗ୍ରାଣ୍ଡ ମୁକାବିଲା।

ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଭୁରୁବାର ଇଂଲଣ୍ଡ ଭେଟିଥିଲା ଶକ୍ତଶାଳୀ ଅଷ୍ଟ୍ରେଲିଆକୁ। ବର୍ମିଂହାମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପ୍ରଥମରୁ ଦୁଇ ପ୍ରମୁଖ ଓପନର ଡାଭିଡ ୱାର୍ଣ୍ଣର(୯) ଏବଂ ଅଧିନାୟକ ଆରନ୍‌ ଫିଞ୍ଚ(୦)ଙ୍କୁ ହରାଇବା ପରେ ଷ୍ଟିଭେନ୍‌ ସ୍ମିଥ୍‌(୮୫) କଙ୍ଗାରୁ ଟିମ୍‌କୁ ସମ୍ଭାଳିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଆଲେକ୍ସ କାରୀ(୪୬), ଗ୍ଲେନ୍‌ ମ୍ୟାକ୍ସୱେଲ୍‌(୨୨), ମିଚେଲ୍‌ ଷ୍ଟାର୍କ (୨୯) ଏବଂ ସ୍ମିଥ୍‌ଙ୍କ ଧୂଆଧାଁର ଅର୍ଦ୍ଧଶତକ ବଳରେ ୪୯ ଓଭରରେ ସମସ୍ତ ୱିକେଟ୍‌ ହରାଇ ଅଷ୍ଟ୍ରେଲିଆ ୨୨୩ ରନ୍‌ ସଂଗ୍ରହ କରିଥିଲା।

ଜବାବରେ ଇଂଲଣ୍ଡ ଟିମ୍‌ ୨୨୪ ରନ୍‌ର ଟାର୍ଗେଟ୍‌କୁ ଅତି ସହଜରେ ମାତ୍ର ୨ଟି ୱିକେଟ୍‌ ବ୍ୟୟ କରି ପୂରଣ କରିଛି। ଇଂଲଣ୍ଡ ଟିମ୍‌ର ଓପନର ଜଓନ ରୟ(୮୫) ଏବଂ ଜନ୍ନି ବେୟାରଷ୍ଟୋ(୩୪) ମଜବୁତ ପାର୍ଟନରସିପ୍‌ କରି ଆଉଟ୍‌ ହେବା ପରେ ଜ଼ୟ ରୁଟ୍‌(୪୯) ଉଅନ୍‌ ମୋର୍ଗାନଙ୍କ(୪୫) ଧୂଆଁଧାର ବ୍ୟାଟିଂ ବଳରେ ଟିମ୍‌ ଇଂଲଣ୍ଡ ଏହି ବିରାଟ ବିଜୟ ହାସଲ କରିଛି।

ଜୁଲାଇ ୧୪ରେ ବିଶ୍ୱକପ୍‌ ଗ୍ରାଣ୍ଡ ଫାଇନାଲ। ଫାଇନାଲ ଟିକେଟ୍‌ ମିଳିବା ପରେ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଜୟ କରିବା ଦିଗରେ ଅଗ୍ରସର ହେଉଛି ଟିମ୍‌ ଇଂଲଣ୍ଡ। ଏବେ ସାରା ବିଶ୍ୱର ନଜର ବିଶ୍ୱକପ୍‌ ୨୦୧୯ ଗ୍ରାଣ୍ଡ ଫାଇନାଲ ଉପରେ।

Comment