ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ବିଶ୍ଵକପର ଫାଇନାଲ ମ୍ୟାଚ ଆଜି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଡସରେ ଖେଳାଯାଉଛି। ଏଥିରେ ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଇଂଲଣ୍ଡର ଶକ୍ତିଶାଳୀ ବ୍ୟାଟିଂ ଲାଇନକୁ ମାତ ଦେବାକୁ ହେଲେ ନ୍ୟୁଜିଲାଣ୍ଡକୁ ଏକ ବିଶାଳ ସ୍କୋର କରିବାକୁ ହେବ। ସେହିପରି ଇଂଲଣ୍ଡ ମଧ୍ୟ ନ୍ୟୁଜିଲାଣ୍ଡକୁ ଏକ ବିଶାଳ ସ୍କୋର କରିବାରୁ ରୋକିବାକୁ ପ୍ରୟାସ କରିବ। ନଚେତ ବିଶାଳ ସ୍କୋରକୁ ଚେସ କରି ଜିତିବା ଦଳ ପାଇଁ କାଠିକର ପାଠ ହୋଇଯିବ। ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗପ୍ଟିଲ ଓ ହେନେରି ଲିକୋଲ୍ସ ଓପନିଂ ଆରମ୍ଭ କରିବେ।

ଦୁଇ ଦଳ ପ୍ରଥମ ଥର ବିଶ୍ଵକପ ଫାଇନାଲରେ ମୁହାଁମୁହିଁ ହେବେ। ଏଥିରେ ଯେଉଁ ଦଳ ବିଜୟ ହେବ ସେ ତାର ପ୍ରଥମ ବିଶ୍ଵକପ ହାସଲ କରିବ।

Comment