ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ଵକପ ମହାସମରରେ ଆଜି ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଲଣ୍ଡନର ଲିଡ୍‌ସରେ ଦିନ ୩ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଆଫଗାନ୍‌ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳସ୍ୱରୂପ ସେମାନଙ୍କୁ ରୋକିବା ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ପାକିସ୍ତାନ ଟିମ୍‌।

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ହେବାକୁ ଯାଉଛି ଏକ ହାଇଭୋଲ୍ଟେଜ ମ୍ୟାଚ୍‌। ଆଜି ମ୍ୟାଚ୍‌ଟି ପାକିସ୍ତାନ ପାଇଁ ଅଗ୍ନିପରୀକ୍ଷା। ପାକିସ୍ତାନ ସେମିଫାଇନାଲ ଯିବା ପାଇଁ ଆଜିର ମ୍ୟାଚ୍‌ରେ ଜିତିବା ଆବଶ୍ୟକତା ରହିଛି। ଯଦି ଆଫଗାନିସ୍ତାନ ଏହି ମ୍ୟାଚ୍‌ରେ ଜିତିବ ତେବେ ପାକିସ୍ତାନର ସେମିଫାଇନାଲକୁ ଯିବା ଆଶା ଧୂଳିସାତ ହେବ।

ଚଳିତ ବିଶ୍ଵକପରେ ପାକିସ୍ତାନ ୭ଟି ମ୍ୟାଚ ଖେଳି ୩ଟି ବିଜୟ, ୩ଟି ପରାଜୟ ଏବଂ ଗୋଟିଏ ବାତିଲ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ତେବେ ସେମିଫାଇନାଲ ଯିବା ପାଇଁ ପାକିସ୍ତାନକୁ ଆଫଗାନିସ୍ତାନ ଏବଂ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ। ସେହିପରି ଆସନ୍ତାକାଲି ଭାରତ-ଇଂଲଣ୍ଡ ମ୍ୟାଚ୍‌ରେ ଭାରତ ବିଜୟୀ ହେଲେ ଯାଇ ପାକିସ୍ତାନ ପାଇଁ ସେମିଫାଇନାଲ ଯିବା ରାସ୍ତା ଫିଟିଯିବ।

Comment