ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ କିଛି ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି। ବମ୍ ବମ୍ ଭୋଲେ ନାରା ଲଗାଇ ରବିବାର ସକାଳୁ ଜମ୍ମୁର ପହଲଗାମ ଓ ବାଲଟଲ ପାଇଁ ବହାରିଛନ୍ତି ଶ୍ରଦ୍ଧାଳୁ।

ଶ୍ରଦ୍ଧାଳୁ ଶ୍ରୀନଗରରେ ପହଞ୍ଚିବା ପରେ ସୋମବାର ୩୮୮୦ ମିଟର ଉଚ୍ଚରେ ଥିବା ଗୁମ୍ଫାକୁ ଚାଲି ଚାଲି ଯିବେ।

ଅମରନାଥ ଯାତ୍ରାର ବେସ୍ କ୍ୟାମ୍ପ ଭଗବତୀ ନଗରରେ ରାଜ୍ୟପାଳ ସତ୍ୟପାଲ ମଲିକ ଓ ପରାମର୍ଶ ଦାତା କେକେ ଶର୍ମୀ ସବୁଜ ପତାକା ଦେଖାଇ ଯାତ୍ରୀଙ୍କୁ ଯାତ୍ରା ଅଭିମୁଖେ ଯିବାକୁ ଅନୁମତି ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ସହିତ ସିଆରିଏଫ୍ ଯବାନ ଜମ୍ମୁ କଶ୍ମୀର ପୋଲିସ ମଧ୍ୟ ଅଛନ୍ତି।

ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ପାଇଁ ୪୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଚଳିତ ଥର ପ୍ରାୟ ଦେଢ଼ ଲକ୍ଷ ଭକ୍ତ ବାବା ଅମରନାଥଙ୍କ ଦର୍ଶନ କରିବେ।

୪୬ ଦିନିଆ ଏହି ଯତ୍ରା ଜୁଲାଇ ପହିଲାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ରେ ସମ୍ପନ୍ନ ହେବ। ଗତ ବର୍ଷ ଯାତ୍ରା ଅବଧି ୬୦ ଦିନ ଥିଲା।

Comment