ଓଡ଼ିଶାଲାଇଭ ବ୍ୟୁରୋ

maan kibaat

ଦ୍ଵିତୀୟ କାର୍ଯ୍ୟକାଳରେ ଦାୟିତ୍ଵକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥିରେ ଜଳ ସଂରକ୍ଷଣ ପାଇଁ ଲୋକଙ୍କୁ ସଚେତନର ବାର୍ତ୍ତା ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଜଳ ସଂରକ୍ଷଣ ପାଇଁ ଏକ ଆନ୍ଦୋଳନ ଆରମ୍ଭ କରିବା ଓ ଦେଶର କେତେକ ଅଞ୍ଚଳରେ ଜଳ ଅଭାବ ଥିବାରୁ ଜଳର ପ୍ରତ୍ୟେକ ବୁନ୍ଦାକୁ ବଞ୍ଚାଇବାର ସଂକଳ୍ପ ନେବାକୁ ଆହ୍ଵାନ ଦେଇଛନ୍ତି। ସେ କହିଥିଲେ କି ଏଥିପାଇଁ ଏକ ସଚେତନତା ଅଭିଯାନ ଆରମ୍ଭ କରିବା ଉଚିତ। ଯେଉଁଥିରେ ଜଳ ସମସ୍ୟା ବିଷୟରେ କୁହାଯିବ ବ୍ୟତୀତ ଜଳକୁ ବଞ୍ଚାଇବାର ଉପାୟ ମଧ୍ୟ କୁହାଯିବ।

ନରେନ୍ଦ୍ର ମୋଦି ଆଜି ଅଲ ଇଣ୍ଡିଆ ରେଡ଼ିଓରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କଥା କହିଥିଲେ। ତାଙ୍କ ଦ୍ଵିତୀୟ କାର୍ଯ୍ୟକାଳରେ ଦାୟିତ୍ଵକୁ ଆସିବା ପରେ ପ୍ରଥମ ଥର ‘ମନ୍ କି ବାତ୍’ରେ ଯୋଗ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ସମାଜକୁ ଏହି ପଦକ୍ଷେପରେ ଏକଜୁଟ ହେବା ଆବଶ୍ୟକ। ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଜଡିତ ଲୋକମାନେ ଏହି ଆନ୍ଦୋଳନର ନେତୃତ୍ଵ ନେବା ଦରକାର।

ମୋଦି ଲୋକମାନଙ୍କୁ ଜଳ ସଂରକ୍ଷଣ ପାଇଁ ପୁରାତନ ଉପାୟକୁ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ୨୦୦ ବର୍ଷ ପୁରୁଣା ପାଣି ଟାଙ୍କି ଦେଖିବା ପାଇଁ ସେ ଲୋକମାନଙ୍କୁ ପୋରବନ୍ଦର ଯିବାକୁ କହିଥିଲେ। ଏହି ଟାଙ୍କି ବର୍ତ୍ତମାନ ମଧ୍ୟ ଜଳରେ ପରିପୂର୍ଣ୍ଣ ରହିଛି। ଯୋଉଥିରେ ବର୍ଷା ଜଳ ସଂଗ୍ରହର ବ୍ୟବସ୍ଥା ରହିଛି।

କର୍ଯ୍ୟକ୍ରମ ଆରମ୍ଭରୁ ମୋଦି କହିଥିଲେ,”ପୁଣି ଜନସାଧାରଣଙ୍କ ସହ ମିଳିତ ହୋଇଥିବାରୁ ବହୁତ ଆନନ୍ଦିତ। ମୁଁ ‘ମନ୍ କି ବାତ୍’ର ଅନୁପସ୍ଥିତି ଅନୁଭବ କରୁଥିଲି। ଅନୁପସ୍ଥିତି ଯୋଗୁଁ ଅନେକ ନାଗରିକ ମୋତେ ଚିଠି ଲେଖିଛନ୍ତି। ଏସବୁ ସାଧାରଣ ଚିଠି ନୁହେଁ। ସେ ସ୍ଵଚ୍ଛତା ହେଉ କି  ପରିବେଶ ଅବନତି ହେଉ, ଲୋକେ ସମସ୍ୟା ଜଣାଇବା ପାଇଁ ସମସ୍ୟାର ବାଟ ଦେଖାଇଛନ୍ତି।”

Comment