ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ ମହାସମରରେ ଆଜି ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ। ଦିନ ୩ଟାରେ ବେଳେ ଲଣ୍ଡନର ବର୍ମିଂହାମ୍‌ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳସୂରପ, ଭାରତକୁ ଘେରିବା ପାଇଁ ପଡ଼ିଆକୁ ଓହ୍ଲାଇବ ବାଂଲାଦେଶ।

ଟିମ୍‌ ଇଣ୍ଡିଆ ଏବଂ ବାଂଲା ଦଳ ମଧ୍ୟରେ ଆଜି ଏକ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। କାହିଁକି ନାଁ ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ଜବରଦସ୍ତ ଫର୍ମରେ ଅଛି। ତେବେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ବାଂଲାଦେଶକୁ ଆହୁରି ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିବାକୁ ପଡ଼ିବ। ହେଲେ ଭାରତ ଆଜିର ମ୍ୟାଚ୍‌ରେ ବିଜୟ ହେଲେ ସିଧା ସେମିଫାଇନାଲରେ ପ୍ରବେଶ କରିବ।

ଚଳିତ ବିଶ୍ୱକପ୍‌ ପଏଣ୍ଟ ଟେବୁଲରେ ଭାରତ ୭ଟି ମ୍ୟାଚ ଖେଳି ୫ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବାତିଲ ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି। ସେହିପରି ବାଂଲାଦେଶ ୭ଟି ମ୍ୟାଚ୍‌ ଖେଳି ୩ଟି ବିଜୟ, ୩ଟି ପରାଜୟ ଏବଂ ଗୋଟିଏ ବାତିଲ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ତେବେ ଗତ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପ୍ରଥମ ପରାଜୟର ଶିକାର ହୋଇଥିବା ବେଳେ ଆଜିର ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ବିଜୟଧାରାକୁ ଫେରିବା ଲକ୍ଷ୍ୟ ନେଇ ଭାରତ ଖେଳିବ।

Comment