ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲୋକସଭାରେ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ନର୍ମଳା ବ୍ରିଫକେସ୍ ନୁହେଁ ଏକ ନାଲି ମଖମଲି ବ୍ୟାଗ୍‌ରେ ବଜେଟ୍ ରଖି ଆସିଲେ। ଏହି ବ୍ୟାଗ ଉପରେ ଅଶୋକ ସ୍ତମ୍ଭ ରହିଛି। ଏହାକୁ ଖାତା ବହି ଖାତା ବୋଲି କୁହାଯାଉଛି।

ଚଳିତବର୍ଷ ଲାଲବ୍ୟାଗ୍‌ରେ ଦସ୍ତାବିଜ ଧରି ଆସିଥିଲେ ନିର୍ମଳା। ପୂର୍ବରୁ ବ୍ରିଫକେସରେ ବଜେଟ୍ ରଖାଯାଉଥିଲା।

୧୯୫୮ରେ ପଣ୍ଡିତ ଜବାହାର ଲାଲ ନେହେରୁ କଳା ରଙ୍ଗର ବ୍ରିଫକେସ୍‌ରେ ବଜେଟ୍ ଉପସ୍ଥାପନ କରିଥିଲେ। ଏହାପରେ ୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ କଳା ରଙ୍ଗର ବ୍ରିଫ୍‌କେସ୍‌ରୁ ନାଲି ରଙ୍ଗର ବ୍ରିଫକେସକୁ ବଦଳ କରାଯାଇଥିଲା। ସେବେଠୁ ନାଲି ରଙ୍ଗର ବ୍ରିଫକେସରେ ବଜେଟ ଉପସ୍ଥାପନ କରାଯାଉଥିଲା। କିନ୍ତୁ ପ୍ରଥମଥର ଚମଡ଼ାର ବ୍ୟାଗ୍ ଏବଂ ବ୍ରିଫ୍‌କେସ୍‌ର ପରମ୍ପରା ଭାଙ୍ଗି ବହି ଖାତା ପରମ୍ପରାକୁ ବଦଳି କରାଗଲା।

Comment