ଓଡ଼ିଶାଲାଇଭ ବ୍ୟୁରୋ

ଦୁବାଇରେ ଓଡ଼ିଆ ସମାଜ ୟୁନାଇଟେଡ୍ ଏମିରେଟସ(ଓଏସୟୁଏଇ) ତରଫରୁ ସବୁ ବର୍ଷ ପରି ଏବର୍ଷ ମଧ୍ୟ ଆଡମ୍ଵର ଭାବେ ରଥଯାତ୍ରା ପାଳନ କରାଯାଇଛି। ଏହି ରଥଯାତ୍ରା ବୁର ଦୁବାଇ, ମିନା ବଜାରର ସିନ୍ଧି ମେମୋରିଆଲ ସେଣ୍ଟର ପରିସରରରେ ଅନୁଷ୍ଠିତ ହୋଇଛି। ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି।

ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଆଶାଢ଼-ଶୁକ୍ଳ ପକ୍ଷର ଦୁଇଦିନ ପରେ ଆରମ୍ଭ ହୁଏ ରଥଯାତ୍ରା। ୨୦୧୯ରେ ଶ୍ରୀଗୁଣ୍ଡିଚା ଯାତ୍ରା ଜୁଲାଇ ୪ରେ ପୁରୀରେ ହୋଇଥିବା ବେଳେ ଦୁବାଇରେ ଜୁଲାଇ ୫ରେ ହୋଇଥିଲା।

ଦୁବାଇରେ ପ୍ରଥମେ ବୈଦିକ ରୀତି ଅନୁଯାୟୀ ମହାପ୍ରଭୁଙ୍କ ଗୋଟି ପହଣ୍ଡି, ଛେରା ପହଁରା ଏବଂ ପରେ ରଥଟଣା ଯାଇଥିଲା। ଦୁବାଇ, ଶାରଜା, ଆବୁଧାବି, ଆଜମାନରୁ ଅନେକ ଓଡ଼ିଆ ଭକ୍ତ ଏହି ରଥଯାତ୍ରାରେ ଯୋଗ ଦେଇ ରଥ ଟାଣିଥିଲେ। ହରିନାମ, ସଂକୀର୍ତ୍ତନ, ହୁଳହୁଳି, ହରିବୋଲରେ ବିଦେଶୀ ମାଟିରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଶେଷରେ ସମସ୍ତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।

କେବଳ ଓଡ଼ିଶା ନୁହେଁ, ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ବିଦେଶରେ ରଥଯାତ୍ରା ପାଳନ କରିଥିଲେ। ଦୁବାଇରେ ରହୁଥିବା ଓଡ଼ିଆମାନେ ଏକଜୁଟ ହୋଇ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ପାଳନ କରି ଆସୁଛନ୍ତି।

Comment