ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶସ୍ତା ହେଲା ‘ନୋକିଆ ୬.୧’ ସ୍ମାର୍ଟଫୋନ। ବର୍ତ୍ତମାନ ଏହି ସ୍ମାର୍ଟଫୋନକୁ ଆପଣ ୬,୯୯୯ଟଙ୍କାରେ କିଣିପାରିବେ। ଅନ୍‌ଲାଇନ୍‌ ଷ୍ଟୋର ଫ୍ଲିପ୍‌କାର୍ଡରେ ମଧ୍ୟ ଏହି ଦାମ୍‌ରେ ‘ନୋକିଆ ୬.୧’ ସ୍ମାର୍ଟଫୋନ ଉପଲବ୍ଧ। ‘ନୋକିଆ ୬.୧’ ହେଉଛି ନୋକିଆ ୬ ସ୍ମାର୍ଟଫୋନର ଅପଗ୍ରେଡେଡ୍‌ ଭର୍ସନ।

ନୋକିଆ ୬.୧ ସ୍ମାର୍ଟଫୋନ ଗତବର୍ଷ ଭାରତରେ ଲଞ୍ଚ ହୋଇଥିଲା। ଲଞ୍ଚ ସମୟରେ ଏହାର ପ୍ରଇସ୍‌ ଥିଲା ୧୬,୯୯୯ଟଙ୍କା। ଯାହା ବର୍ତ୍ତମାନ ଶସ୍ତା ହୋଇଛି। କ୍ୱାଲକମ୍‌ ସ୍ନାପଡ୍ରାଗନ ୬୩୦ ପ୍ରୋସେସର ବିଶିଷ୍ଟ ଏହି ସ୍ମାର୍ଟଫୋନରେ ୫.୫ ଇଞ୍ଚ ବିଶିଷ୍ଟ ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ମିଳୁଛି।

ଭାରତ ବଜାରରେ ‘ନୋକିଆ ୬.୧’ ସ୍ମାର୍ଟଫୋନର ଦୁଇଟି ଭାରିଏଣ୍ଟ ମିଳୁଛି। ୩ଜିବି ରାମ୍‌ ଓ ୩୨ ଜିବି ରୋମ୍‌ ଭାରିଏଣ୍ଟର ମୁଲ୍ୟ ୬,୯୯୯ଟଙ୍କା ଥିବା ବେଳେ ୪ଜିବି ରାମ ଓ ୬୪ ଜିବି ରୋମ୍‌ ବିଶିଷ୍ଟ ସ୍ମାର୍ଟଫୋନର ମୁଲ୍ୟ ୯,୯୯୯ଟଙ୍କା ରହିଛି।

‘ନୋକିଆ ୬.୧’ ସ୍ମାର୍ଟଫୋନ

  • କ୍ୟାମେରା – ୧୬ ମେଗାପିକ୍ସେଲ ରିୟର, ୮ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ବ୍ୟାଟେରୀ – ୩୦୦୦ ଏମ୍‌ଏଏଚ୍‌
  • କ୍ୱାଲକମ୍‌ ସ୍ନାପଡ୍ରାଗନ ୬୩୦ ପ୍ରୋସେସର
  • ଫିଙ୍ଗରପ୍ରିଣ୍ଟ ସ୍କାନର
  • ଆଣ୍ଡ୍ରୋଏଡ୍‌ ପାଏ ୯
  • ୟୁଏସ୍‌ବି ଟାଇପ୍‌ ସି ଚାର୍ଜର
  • ମାଇକ୍ରୋ ଏସ୍‌ଡି କାର୍ଡ ସପୋର୍ଟ

Comment