ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ଗଞ୍ଜେଇ କାରବାରର ଆଡ୍ଡାସ୍ଥଳୀ ପାଲଟିଲାଣି। ବୁଧବାର ବାଲେଶ୍ୱର ଜିଲ୍ଲା ସୋର ବସ୍‌ ଷ୍ଟାଣ୍ଡରୁ ୮୦ କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ଅବକାରୀ ବିଭାଗ ଏବଂ ସୋର ପୋଲିସ୍ର ମିଳିତ ଭାବେ ଚଢ଼ାଉ କରି ସୋର ବସ୍‌ ଷ୍ଟାଣ୍ଡରୁ ଏହି ଗଞ୍ଜେଇ ସ୍ମଗଲିଂ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୋଲିସ୍‌ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ଆଜି କଟକ ଓଏମ୍‌ପି ଅଞ୍ଚଳରେ ଏକ କାର ଭିତରୁ ୪୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଜବତ କରିଛି। ସିଜ୍‌ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ।

Comment