ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବସ୍‌ ଷ୍ଟାଣ୍ଡରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ବସ୍‌ର ପରମିଟ୍ ବାତିଲ କରିଛନ୍ତି ପରିବହନ କମିଶନର। ଏହାସହ ସଂପୃକ୍ତ ବସ୍ ମାଲିକଙ୍କୁ ନୋଟିସ ଦିଆଯାଇଛି। ବସ୍‌ର ସ୍ଥାୟୀ ପରମିଟ୍ ବାତିଲ କାହିଁକି ନହେବ ସେନେଇ ୧୫ ଦିନ ଭିତରେ ଉତ୍ତର ଦେବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ଲାଇସେନ୍ସ ରବ୍ଦ କରିବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦୁଝରର ଜଣେ ଆଦିବାସୀ ନାବାଳିକା ପୁରୀ ମାଳତୀପାଟପୁର ଅଞ୍ଚଳରେ ଜଣକ ଘରେ କାମ କରୁଥିଲେ। ସେ ସୋମବାର ରାତିରେ କେନ୍ଦୁଝରରୁ ପୁରୀକୁ ଆସୁଥିଲେ। କେନ୍ଦୁଝରରୁ ବସ୍‌ରେ ଆସି କଟକରେ ଓହ୍ଲାଇଥିଲେ। କଟକରୁ ଆଉ ଗୋଟିଏ ବସ୍‌ରେ ପୁରୀ ଆସୁଥିଲେ। ସେ ମାଳତୀପାଟପୁରରେ ବସ୍‌ରୁ ଓହ୍ଲାଇବା କଥା। କିନ୍ତୁ ବସ୍‌ରେ ଶୋଇ ପଡ଼ିଥିବାରୁ ସେ ପୁରୀ ବସ୍‌ ଷ୍ଟାଣ୍ଡରେ ଓହ୍ଲାଇଥିଲେ।

ରାତି ଅଧିକ ହୋଇ ଯାଇଥିବାରୁ ସେ ପୁରୀ ବସ୍‌ ଷ୍ଟାଣ୍ଡରୁ ମାଳତୀପାଟପୁର କେମିତି ଆସିବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ। ଏହି ସମୟରେ ବସ୍ ହେଲପର ନାବାଳିକାଙ୍କୁ ବସ୍‌ରେ ରହିବଯିବାକୁ କହିଥିଲା। ହେଲପର କଥା ଶୁଣି ସେ ବସ୍‌ରେ ରାତିରେ ରହିଥିଲେ। କିନ୍ତୁ ଏକୁଟିଆ ପାଇ ହେଲପର ତାଙ୍କୁ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ପୁରୀ କୁମ୍ଭାରପଡ଼ା ଥାନାରେ ବୁଧବାର ସକାଳେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କରି ବସ୍‌ ହେଲପରକୁ ଗିରଫ କରିଥିଲା।

Comment