ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସବ୍ୟସାଚୀ-ଏଲିନାଙ୍କ ଯୋଡ଼ି ଏବେ ପୁଣିଥରେ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି। ଜାଣନ୍ତୁ କେଉଁ ଫିଲ୍ମରେ

ଓଲିଉଡରେ ପୁଣିଥରେ ଦେଖିବେ ସୋବର ବୟ ସବ୍ୟସାଚୀ ଏଲିନା ସାମନ୍ତରାୟଙ୍କ ଯୋଡ଼ି। ତୃତୀୟ ଥର ପାଇଁ ଏହି ଯୋଡ଼ି ପରଦାରେ ନଜର ଆସିବେ। ଏଥର ପୁଣି ଏକ ବିଗ୍‌ବ୍ୟାନର ସିନେମାରେ।

ଜାତୀୟ ସ୍ତରର ମ୍ୟୁଜିକ୍‌ କମ୍ପାନି ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବେ ଓଡ଼ିଆ ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛି। ଏହି ବ୍ୟାନରର ପ୍ରଥମ ସିନେମା ହେଲା ‘ମାଲ୍ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’। ଲେଡି ବାର୍ଡ ଏଣ୍ଟରଟେନମେଣ୍ଟର ସହଯୋଗରେ ଆମର ମ୍ୟୁଜିକ୍‌ ଏହି ସିନେମା ପ୍ରଯୋଜନା କରୁଛି।

‘ମାଲ୍ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ବନିବେ ଏଲିନା। ଏହାଛଡ଼ା ଏହି ସିନେମାରେ ୨୦ ଜଣ ଭିନ୍ନକ୍ଷମ କଳାକାରଙ୍କୁ ନିଆଯାଉଥିବା ଜଣାଯାଇଛି। ଏହି ସିନେମାରେ ଆକ୍ଟର ସବ୍ୟସାଚୀ ବି ଜଣେ ଭିନ୍ନକ୍ଷମ ଯୁବକ ଭୂମିକାରେ ନଜର ଆସିବେ।

ଏହି  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ଏହା ପୂର୍ବରୁ ନିର୍ଦ୍ଦେଶକ ରମେଶ ରାଉତ ‘ଚାନ୍ଦ ନା ତୁମେ ତାରା’, ‘ଗଡ଼ଫାଦର୍’ ‘ଟୋକାଟା ଫସିଗଲା’ ଓ କାବୁଲା ବାରବୁଲା, ସର୍ଚ୍ଚିଂ ଫର୍ ଲୈଲା ଆଦି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡକ୍ତର ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଏହି ସିନେମାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ।

ଏବେ ଦେଖିବାକୁ ବାକି ରହିଲା ଉଭୟଙ୍କ ଯୋଡ଼ି ପରଦାରେ କି କମାଲ ଦେଖାଉଛି।

LEAVE A REPLY

Please enter your comment!
Please enter your name here