ଓଡ଼ିଶାଲାଇଭ ବ୍ୟୁରୋ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ଵରରୁ ସୁରଟକୁ ଖୁବଶ୍ରୀଘ୍ର ସପ୍ତାହରେ ଦୁଇଥର ବିମାନ ଚଳାଚଳ କରିବ। ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସୁରଟ ସାଂସଦ ଦର୍ଶନ ଜରଦୋସ ସୋମବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରୀଙ୍କୁ ଭେଟି ଭୁବନେଶ୍ଵରରୁ ସୁରଟକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ହେଇଥିଲେ। ଖୁବଶୀଘ୍ର ଏହି ଦୁଇ ସହର ମଧ୍ୟରେ ବିମାନ ଚଳାଚଳ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ତାଙ୍କ ଟ୍ଵିଟରେ ଦେଇଥିଲେ। ସେ ଟ୍ଵିଟ କରିକହିଥିଲେ ଯେ, “ସୁରଟର ସାଂସଦଙ୍କ ସହ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରୀଙ୍କୁ ଭେଟି ଭୁବନେଶ୍ଵରରୁ ସୁରଟକୁ ବିମାନ ଚଳାଚଳ ପାଇଁ ଅନୁରୋଧ କରିଥିଲୁ। ଆଉ ଖୁସି ଖବର ହେଉଛି ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ।”

Comment