ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ସୋମବାର ଚନ୍ଦ୍ରଯାନ ୨କୁ ସଫଳତାର ସହ ଉତକ୍ଷେପଣ କରି ଇତିହାସ ସୃଷ୍ଟି କରିଛି।  ସେପ୍ଟେମ୍ବର ୬ରେ ଏହା ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ। ଗତକାଲି ଚନ୍ଦ୍ରଯାନ ଉତକ୍ଷେପଣକୁ ନେଇ ସାରାଦେଶରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଆପଣ ଜାଣିଛନ୍ତି କି ଚନ୍ଦ୍ରଯାନ ୨ର କ’ଣ ବିଶେଷତ୍ୱ ରହିଛି। ଆସନ୍ତୁ ଜାଣିବା…

  • ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାର ଏହା ପ୍ରଥମ ମିଶନ।
  • ନିଜସ୍ୱ ଜ୍ଞାନକୌଶଳରେ ଚନ୍ଦ୍ରଯାନ ୨କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତର ଏହା ପ୍ରଥମ ଉଦ୍ୟମ।
  • ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ କରିବାରେ ଆମେରିକା, ୠଷିଆ ଓ ଚାଇନା ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ।
  • ଚନ୍ଦ୍ରଯାନର ଓଜନ ୨.୩୯୭ କିଲୋଗ୍ରାମ। ଏହି ମିଶନରେ ୯୬୮ କୋଟି ବ୍ୟୟ ହୋଇଛି।

Comment